ପ୍ରଭାବଶାଳୀ ଭାରତୀୟ ଆଦର୍ଶ ଶିକ୍ଷକ ତାଲିକାରେ ହୃଦାନନ୍ଦ ମେହେର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପାଳସାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦାନନ୍ଦ ମେହେରଙ୍କୁ ରାଜସ୍ଥାନ ଜୟପୁର ସ୍ଥିତ ଜାତୀୟ ସଂଗଠନ ହାଇପେଜ ମିଡିଆ ତରଫରୁ ଶହେ ପ୍ରଭାବଶାଳୀ ଭାରତୀୟ ଆଦର୍ଶ ଶିକ୍ଷକ ତାଲିକାରେ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଆଦିବାସୀ ବହୁଳ ଗ୍ରାମାଞ୍ଚଳ ତଥା ଦାଦନ ପ୍ରବଣ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ପ୍ରସାର, ଶିକ୍ଷା ସଚେତନତା, ଶିକ୍ଷା ସଙ୍ଗଠନରେ ସଫଳ ନେତୃତ୍ୱ, ଅଭିନବ ଶିକ୍ଷା ପ୍ରଣାଳୀ ତଥା ଶିକ୍ଷା ର ଗୁଣାତ୍ମକ ବିକାଶ ଦିଗରେ ସଫଳ ଉଦ୍ୟମ ସକାଶେ ତାଙ୍କୁ ପ୍ରଭାବଶାଳୀ ଭାରତୀୟ ଆଦର୍ଶ ଶିକ୍ଷକ ଭାବେ ଚୟନ କରାଯାଇଥିବା ଜଣାପଡିଛି । ଗତ ୧୬ ତାରିଖ ଦିନ ରାଜସ୍ଥାନ ଜୟପୁର ସ୍ଥିତ ଜାତୀୟ ସଂଗଠନ ହାଇପେଜ ମିଡିଆ ତରଫରୁ ୟୁଟ୍ୟୁବ ଲାଇଭ ମାଧ୍ୟମରେ ଏହି ସମ୍ମାନ ତଥା ପୁରସ୍କାର ପ୍ରଦାନ କରାଯାଇଥିଲା । ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଦେଖାଦେଇଥିବା ବେଳେ ଅଞ୍ଚଳ ର ବୁଦ୍ଧିଜୀବୀ, ଶିକ୍ଷକ, ଅବିଭାବକ ତଥା ଛାତ୍ରଛାତ୍ରୀଙ୍କ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀଯୁକ୍ତ ମେହେର ପୂର୍ବରୁ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଜଣେ ଆଦର୍ଶ ଶିକ୍ଷକ ଭାବେ ସମ୍ମାନିତ ହୋଇପାରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.