ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ନୂତନ ଭାବରେ କଳାହାଣ୍ଡି ଜିଲ୍ଲାରେ ଯୋଗ ଦେଇଥିବାରୁ ଜିଲ୍ଲା କ୍ରୀଡା ଅଧିକାରୀ (ଡିଏସ୍ଓ) ରମେଶ ଚନ୍ଦ୍ର ପାଢ଼ୀଙ୍କୁ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ଦ୍ୱାରା ସ୍ୱାଗତ କରାଯାଇଛି। ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ, ସମ୍ପାଦକ ସନ୍ଦୀପ କୁମାର ମିଶ୍ର, ଉପସଭାପତି ଅରୁଣ ରଥ, ଯୁଗ୍ମ ସମ୍ପାଦକ ଦୀପକ କୁମାର ସାଗର, ରଂଜିତ ସାହୁ ତଥା ଖେଳାଳୀମାନେ ଉପସ୍ଥିତ ଥିଲେ। ସମ୍ପାଦକ, ସଭାପତି ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ନୂତନ କ୍ରୀଡା ଅଧିକାରୀ ଜିଲ୍ଲାରେ ବ୍ୟାଡ଼ମିଣ୍ଟନର ବିକାଶ ନେଇ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଜିଲ୍ଲାରୁ ବଲାଙ୍ଗୀରକୁ ଖେଳିବା ପାଇଁ ଯାଉଥିବା ଜୁନିଅର ଖେଳାଳୀମାନଙ୍କୁ ସଂଘ ତରଫରୁ କ୍ରୀଡା ଅଧିକାରୀଙ୍କ ଦ୍ୱାରା ଜର୍ସି ବଣ୍ଟନ କରାଯାଇଥିଲା।