ସୋମାଲିଆରେ ବିସ୍ଫୋରଣ, ୧୦୦+ ମୃତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସୋମାଲିଆରେ ବିସ୍ଫୋରଣ । ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏନେଇ ସୋମାଲିଆର ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

ଗଣମାଧ୍ୟମ ସୂଚନା ଅନୂଯାୟୀ ସୋମାଲିଆର ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟାଳୟକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସୂଚନା ରହିଛି । ଏହି ଆକ୍ରମଣ ପାଇଁ ସୋମାଲିଆର ରାଷ୍ଟ୍ରପତି ଇସଲାମବାଦୀ ଗୋଷ୍ଠୀ ଅଲ୍‌-ଶବାବକୁ ଦାୟୀ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ପୋଲିସ କହିବା ଅନୁଯାୟୀ ଅଲ-ଶବାବ ଆତଙ୍କବାଦୀମାନେ ୨ ଟି ବିସ୍ଫୋରଣ କରିଥିଲେ। ପ୍ରଥମଟି ଜଙ୍କସନ୍‌ ନିକଟ ଶିକ୍ଷା ମନ୍ତ୍ରାଳୟରେ ହୋଇଥିବା ବେଳେ ଦ୍ବିତୀୟଟି ବହୁ ଲୋକ ଏକତ୍ରିତ ହୋଇ ପୀଡ଼ିତ ମାନଙ୍କୁ ଆମ୍ବୁଲାନ୍ସରେ ନେଉଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଏହି ଦୁଇଟି ବିସ୍ଫୋରଣ କେବଳ କିଛି ମିନିଟ୍‌ର ଅନ୍ତର ମଧ୍ୟରେ ହୋଇଥିବା କୁହାଯାଉଛି ।ଏଥିରେ ଜଣେ ସାମ୍ବାଦିକଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଛି।

Udyog Nursery
Udyogi Nursery

୨୦୧୭ ମସିହାରେ ସମାନ ମାସରେ ସୋମାଲିଆରେ ବିସ୍ଫୋରଣ ଘଟିଥିଲା। ସେହି ବିସ୍ଫୋରଣରେ ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା।ଏଥିସହ ସରକାରୀ କାର୍ଯ୍ୟାଳୟ ସମେତ ବହୁ ରେଷ୍ଟୁରାଣ୍ଟ ଏବଂ ଛୋଟ ଛୋଟ ଷ୍ଟଲ ଗୁଡ଼ିକ ନଷ୍ଟ ହୋଇଯାଇଥିଲା। ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ କହିଛନ୍ତି ଯେ ପୀଡ଼ିତଙ୍କ ସଂଖ୍ୟା ବଢ଼ିପାରେ ତେଣୁ ତୁରନ୍ତ ସମସ୍ତଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତେବେ ସୋମାଲି ସରକାରଙ୍କ ବିରୋଧରେ ଏକ ହିଂସାତ୍ମକ ସଶସ୍ତ୍ର ଯୁଦ୍ଧ ଲଢୁଛି ଉଗ୍ରବାଦୀ ଗୋଷ୍ଠୀ ଅଲ-ଶବାବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.