ଅନାଥ ଶିଶୁମାନଙ୍କ ପାଖରେ ପହଞ୍ଚିଲା ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋଦେଲପଦର ଗାଁର ଦୂର୍ଯ୍ୟୋଧନ ତାଣ୍ଡିଙ୍କ ଏକ ହସ ଖୁସିର ପରିବାର ଥିଲା । ସେ କୁଲି ମଜୁରୀ କରି ଚଳୁଥିଲେ । ତେବେ କିଛି ବର୍ଷ ତଳେ ଦୂର୍ଯ୍ୟୋଧନଙ୍କ ଦେହାନ୍ତ ହେବାପରେ ତାଙ୍କ ସ୍ତ୍ରୀ ନିଲେନ୍ଦ୍ରୀ ତାଣ୍ଡିଙ୍କ ଉପରେ ପଡିଥିଲା ପରିବାର ପ୍ରତିପୋଷଣର ବୋଝ । ବଡ଼ ଝିଅର ବିବାହ ହୋଇଥିବା ବେଳେ ତିନି ଝିଅ ଓ ଦୁଇ ନାବାଳକ ପୁଅକୁ ନେଇ ସୁଖଦୁଃଖରେ ଜୀବନ ଯାପନ କରୁଥିଲେ ନିଲେନ୍ଦ୍ରୀ । ତେବେ ସେ ମଧ୍ୟ ଗତ ଅକ୍ଟୋବର ୨୨ ତାରିଖରେ ଚିର ଦିନ ପାଇଁ ଆଖି ବୁଜିଲେ ‌। ତାଙ୍କର ପାଞ୍ଚ ପୁଅ ଝିଅ; ଦେବକୀ ତାଣ୍ଡି(୧୬), ନନ୍ଦେନି ତାଣ୍ଡି (୧୪), ସରିତା ତାଣ୍ଡି (୧୨), ଅଭିନନ୍ଦନ ତାଣ୍ଡି (୧୦), ଚନ୍ଦନ ତାଣ୍ଡି (୮) ଅନାଥ ହୋଇ ପଡିଛନ୍ତି । ଏହି ଦୁଃଖଦ ଘଟଣା ବିଷୟରେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ନର୍ଲା ବ୍ଳକ ସଭାପତି ରଘୁନାଥ ଦିପ ଜିଲ୍ଲା ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହି ପରିବାର ପାଖରେ ଜିଲ୍ଲା ପ୍ରତିନିଧି ଦଳ ଉପସ୍ଥିତ ହୋଇଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀରେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ସମ୍ପାଦକ ଶ୍ରୀବତ୍ସ ତାଣ୍ଡି, କର୍ମଚାରୀ ବିଭାଗର ମୁଖ୍ୟ ପ୍ରକାଶ ସାଗର, କାର୍ଯକାରୀ ସଭାପତି ଏସ୍ ସୁଜାତା, ଭିକାରୀ ଚରଣ ସେନା, ଟଙ୍କଧର ଛତ୍ରିଆ, ଓମ୍ ପ୍ରକାଶ ଛତ୍ରିଆ, ନରୋତ୍ତମ କରୁଆଁ, ପଦ୍ମନ ସେନାପତି ତଥା ଏଓଏସସିଏଫ ନର୍ଲା ବ୍ଳକର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମ୍ପାଦକ ଶ୍ରୀବତ୍ସ ତାଣ୍ଡି ପାଞ୍ଚ ଭାଇ ଭଉଣୀ ମାନଙ୍କୁ ଅତ୍ୟାବଶ୍ୟକ ଖର୍ଚ୍ଚ କରିବା ନିମନ୍ତେ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ତତ୍ ସହିତ ସେହି ଗ୍ରାମର ଅନ୍ୟ ଏକ ଅନାଥ ବାଳିକା ଟିନା ତାଣ୍ଡିକୁ ମଧ୍ୟ ଏକ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଗତ ୨୫ ଅକ୍ଟୋବରରେ ଟିନାର ବାପା ଅଭିମନ୍ୟୁ ତାଣ୍ଡି ଇହଧାମ ତ୍ୟାଗ କରିବାରୁ ଟିନା ତାଣ୍ଡି ମଧ୍ୟ ଅନାଥ ଭାବରେ ରହିଛି । ଏହି ଅନାଥ ବାଳକ ବାଳିକା ମାନଙ୍କୁ ସରକାରି କ୍ଷେତ୍ରରେ ଆର୍ଥିକ ଓ ଶିକ୍ଷାଗତ ସହାୟତା ପ୍ରଦାନ କରିବାକୁ ସରକାର ପାଖରେ ଏଓଏସସିଏଫ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ଥଇଥାନ ପାଇଁ ସରକାରଙ୍କ ସମସ୍ତ ବ୍ୟବସ୍ଥା ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଶ୍ଵସନା ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.