ଡ୍ୟାନସ୍ ପ୍ରତିଯୋଗୀତାରେ ମାଣ୍ଡେଲ ଗାଁର ଯୁବକ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭୀମକେଲା ଗ୍ରାମ ପଞ୍ଚାୟତର ପଲସାପଡା ଗ୍ରାମରେ ଗତ ବୁଧବାର ରାତିରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମା ବୀଣାପାଣି ଯୁବଶକ୍ତି ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଡ୍ୟାନସ୍ ଡ୍ୟାନ୍ସ ପ୍ରତିଯୋଗିତାରେ ମାଣ୍ଡେଲ ଗ୍ରାମର ଚକ୍ରଧର ମୁଣ୍ଡାଙ୍କ ପୁଅ ହିରଣ୍ୟ ମୁଣ୍ଡା (୧୭) ଡ୍ୟାନ୍ସ କରୁଥିବା ଅବସ୍ଥାରେ ପଡିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ ଗତକାଲି ବୁଧବାର ରାତିରେ ପଲସାପଡା କୁଲତା ପଡାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଡ୍ୟାନ୍ସ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ଡ୍ୟାନ୍ସ ଗୃପ ଗୁଡିକ ଆସି ଯୋଗଦାନ କରିଥିଲେ । ମାଣ୍ଡେଲ ଗାଁରୁ ମଧ୍ୟ ଏକ ଡ୍ୟାନ୍ସ ଗୃପ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଡ୍ୟାନ୍ସ କରୁଥିବା ବେଳେ ରାତି ପାଖାପାଖି ପ୍ରାୟ ୨ ଘଣ୍ଟା ସମୟରେ ହିରଣ୍ୟ ଡ଼୍ୟାନ୍ସ କରୁଥିବା ବେଳେ ଷ୍ଟେଜରେ ପଡିଯାଇଥିଲା । ତାଙ୍କୁ ତୁରନ୍ତ ନର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ମାଣ୍ଡେଲ ଗାଁର କିଛି ଲୋକ ଙ୍କ କହିବାନୁଯାୟୀ ଗତକାଲି ବୁଧବାର ଦିନ ହିରଣ୍ୟର ସ୍ୱାସ୍ଥ୍ୟ ଖରାପ ଥିଲା । ତାକୁ ଜ୍ୱର ହେଉଥିଲା ବୋଲି କୁହାଯାଉଛି । ଏଥିପାଇଁ ତାଙ୍କୁ ଘରଲୋକେ ଡ୍ୟାନ୍ସ କାର୍ଯ୍ୟକ୍ରମକୁ ଯିବାପାଇଁ ବାରଣ କରିଥିଲେ ବୋଲି ଆଲୋଚନା କରୁଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଡ଼୍ୟାନ୍ସ ସମୟରେ ମଞ୍ଚ ଭାଙ୍ଗି ଯିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ହେଲେ ବାସ୍ତବିକ କ’ଣ ପାଇଁ ହିରଣ୍ୟର ମୃତ୍ୟୁ ହୋଇଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଏଭଳି ଏକ ଅପ୍ରତ୍ୟାଶିତ ଘଟଣାକୁ ନେଇ ଅଞ୍ଚଳରେ ଅନେକ ପ୍ରକାରର ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ହେଲେ ସକାଳେ ହିରଣ୍ୟର ମର ଶରୀରକୁ ଦାହ ସଂସ୍କାର କରିଥିବା ଖବରରୁ ଜଣାପଡିଛି । ନୃତ୍ୟ କରୁଥିବା ଅବସ୍ଥାରେ ପଡିଯାଇ ମୃତ୍ୟୁ ବରଣ କରିବା ଭଳି ଘଟଣା ନର୍ଲା ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବା ବେଳେ ଜଣେ ଅଳ୍ପ ବୟସ୍କ ଯୁବକଙ୍କ ଏଭଳି ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.