ତୃତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ଅନୁକୁଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ପ୍ରତିଯୋଗିତାର ତୃତୀୟ ଦିନ ଖେଳ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିନର ପ୍ରଥମ ମ୍ୟାଚରେ ଡୁଙ୍ଗୁରିପଡାକୁ ଲୋଇସିଂହା ୨-୦ରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ କାଲିଭନାକୁ କାଲସାଏପାଲି ୧-୦ ଗୋଲରେ ପରାସ୍ତ କରିଥିଲା ଏବଂ ତୃତୀୟ ମ୍ୟାଚ କାଲସାଏପାଲିକୁ ଲୋଇସିଂହା ୨-୦ ଗୋଲରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତୃତୀୟ ଦିନରେ ଅତିଥି ଭାବରେ ପୈାରାଧକ୍ଷା ଲିକା ସାହୁ, ଯୁବ ସମାଜସେବୀ ସୋମନାଥ ମିଶ୍ର, ଦିପକ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାଚରେ ଖଲିଉର ରହେମାନ, ରାଜେନ୍ଦ୍ର ଧରୁଆ, ସଞ୍ଜିବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତି, ବିକି ବିଶ୍ବାଳ, ଶ୍ରାବଣ ବାଗ, ସୁଦର୍ଶନ ସେଟ୍ ଓ ମ୍ୟାଚ କମିସନର ଭାବରେ ସୁନିଲ ବିଶ୍ୱାଲ ଖେଳ ପରିଚାଳନା କରିଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ‌ ହୋଇଛନ୍ତି ବଣ୍ଟି ଧରୁଆ, ନିରଞ୍ଜନ ବନଛୋର, ନାରାୟଣ ଧରୁଆ ।

Udyog Nursery
Udyogi Nursery

କାର୍ଯ୍ୟକ୍ରମ ପରିଚାଳନାରେ ବିନୋଦ କାଲସାଏ, ସଂଗ୍ରାମ ବହିଦାର, ଭୂପେନ୍ଦ୍ର ସିଂ, ଦେବାଶିଷ କାଲସାଏ, ଶଙ୍କର ଦିପ, ସୁଦାମ କାଲସାଏ, ମହାଦେବ କାଲସାଏ, ରାହାସ କାଲସାଏ, ଲାଲ ମଣି କାଲସାଏ, ଚକ୍ରରାଜ କାଲସାଏ, ଶ୍ରୀକାନ୍ତ କାଲସାଏ,ଶ୍ରୀକର କାଲସାଏ, ବୁନୁ ତାଣ୍ଡି, କାମଦେବ ଷାଣ୍ଡ, ଅଜିତ କାଲସାଏ ଓ ଜନ କଲ୍ୟାଣ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.