ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ରଥକୁ ନର୍ଲାରେ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବାଲ୍ୟ ବିବାହ ରୋକିବା ନିମନ୍ତେ ଗତ ୧୫ ରୁ ନର୍ଲା ବ୍ଲକ୍ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ରଥକୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ପ୍ରଶାସନ ତରଫରୁ ଶୁକ୍ରବାର ଦିବା ୧୧.୩୦ ସମୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୧୫/୧୧ ରୁ ୧୮/୧୧ ପର୍ଯ୍ୟନ୍ତ ସାରା ଜିଲ୍ଲା କୁ ପରିକ୍ରମା କରୁଥିବା ଏହି ସଚେତନତା ରଥ ଆଜି ସକାଳ ୯ ଘଣ୍ଟା ସମୟରେ ନର୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା ସେରଗଡ ରେ ପହଂଚିବା ପରେ ସେରଗଡ ଗ୍ରାମ ପଞ୍ଚାୟତର ସରପଞ୍ଚ ରାହୁଲ ସାହୁ ଓ ଗ୍ରାମ ପଞ୍ଚାୟତ କର୍ମଚାରୀଙ୍କ ଗହଣରେ ନର୍ଲା ସିଡିପିଓ ଶ୍ରୀମତୀ ନିବାସିନୀ ବିଶ୍ୱାଳ ସ୍ୱାଗତ କରିଥିଲେ । ଏହାପରେ ତୁଳାପଡା କଲେଜର ଛାତ୍ରଛାତ୍ରୀଙ୍କୁ ସଚେତନତା କରିଥିଲା ଏହି ରଥ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତୁଳାପଡା ଗ୍ରାମ ପଞ୍ଚାୟତରେ ସ୍ୱାଗତ କରିବା ପରେ ଏହାକୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତୀ ସେଠୀଙ୍କ ନେତୃତ୍ୱରେ, ନର୍ଲା ସିଡିପିଓ ଶ୍ରୀମତୀ ବିଶ୍ୱାଳ, ମହାଶକ୍ତି ମିଶନ ର ବ୍ଲକ୍ ସଂଯୋଜକ ରୋହିତ ବିଶ୍ୱାଳ, ନର୍ଲା ବ୍ଲକ୍ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ, ଆଶା କର୍ମୀ ନେତ୍ରୀ ପଞ୍ଚଜିନୀ ନାଏକ, ବେଦାନ୍ତ ଏଚ୍ଆଇଏମ୍ସି ନନ୍ଦଘର କାର୍ଯ୍ୟକ୍ରମ ସହ ଯୋଗୀ ଅରୁଣ ପ୍ରଧାନୀ, କ୍ଲଷ୍ଟର ସଂଯୋଜକ ଶତୃଘ୍ନ ମାଝୀ, ପିତାମ୍ବର ଗଉଡ, ନର୍ଲା ର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରେ ମା ମାଣିକେଶ୍ୱରୀ, ମା ତୁଳସୀ, ମା ମହାଲକ୍ଷ୍ମୀ, ଶିବାନୀ ଓ ଭୋଳାଶଙ୍କର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ, ଅଙ୍ଗନୱାଡୀ କର୍ମୀ ମାନେ ଉପସ୍ଥିତ ରହି ବ୍ଲକ୍ ସମ୍ମୁଖରେ କଳସ ସ୍ଥାପନା କରିବା ସହ ଧୂପ ଦୀପ ଦେଇ ବ୍ଲକ୍ ପ୍ରଶାସନ ତରଫରୁ ରଥକୁ ଭବ୍ୟ ସ୍ୱାଗତ କରିଥିଲେ । ଇତ୍ୟବସରରେ ରଥ ସମ୍ମୁଖରେ ସମସ୍ତ ଅତିଥି, ଅଧିକାରୀ, ସଦସ୍ୟ/ସଦସ୍ୟା ଓ ଉପସ୍ଥିତ ଜନସାଧାରଣ ହାତ ଆଗକୁ ଆଣି ବାଲ୍ୟ ବିବାହ ରୋକିବା ଦିଗରେ ପଦକ୍ଷେପ ନେବାପାଇଁ ଶପଥ ପାଠ କରିଥିଲେ । ବାଲ୍ୟ ବିବାହ ବନ୍ଦ କରାଯାଉ ବୋଲି ସମସ୍ତେ ନାରା ଦେଇଥିଲେ ।

Udyog Nursery
Udyogi Nursery

ଏହାପରେ ଏହି ସଚେତନତା ରଥଟି ଲାଞ୍ଜିଗଡ ବ୍ଲକ ର କଦମଗୁଡା ଓ ଲାଞ୍ଜିଗଡରୋଡ଼ ପରିକ୍ରମା କରିବା ପାଇଁ ଯାତ୍ରା କରିଥିଲା । ସେଠାରୁ ଅପରାହ୍ନ ୪ ଘଣ୍ଟା ସମୟରେ ପୁଣି ନର୍ଲା ବ୍ଲକ୍ ର ବଡଧାରପୁର ଓ ଶାନ୍ତପୁର ଗ୍ରାମ ପଞ୍ଚାୟତ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲା । ଏହାପରେ ଛତିକୁଡା ଛକରୁ ଉକ୍ତ ସଚେତନତା ରଥକୁ ନର୍ଲା ବ୍ଲକ୍ ପ୍ରଶାସନ ତରଫରୁ ବିଦାୟ ଦିଆଯାଇଥିବା ସୂଚନା ଦେଇଛନ୍ତି ନର୍ଲା ସିଡିପିଓ ଶ୍ରୀମତୀ ବିଶ୍ୱାଳ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.