ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ୍ସଟୁଜନ୍ ଉଦ୍ୟୋଗର ଉତ୍ପାଦକତା ବୃଦ୍ଧି ପାଇଁ ମାଷ୍ଟରକ୍ଲାସ୍‌ର ପରିଚାଳନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭାରତୀୟ ଏକ୍ସଟୁଜନ୍ ଶିଳ୍ପର ଉତ୍ପାଦକତା ବୃଦ୍ଧି କରିବାର ଉପାୟ ଉପରେ ଏକ ବୈଷୟିକ ମାଷ୍ଟରକ୍ଲାସ୍ ଏକ୍ସଟୁଜନ୍ ସେଗମଂଟର ପରିଚାଳନା କରିଥିଲା ଯେଉଁଥିରେ ଭାରତ ସମେତ ଆମେରିକା, ବ୍ରିଟେନ, ପର୍ତୁଗାଲ, ଗ୍ରୀସ୍, ଅଷ୍ଟ୍ରେଲିଆ, ଇସ୍ରାଏଲ୍‌ ଏବଂ ଆହୁରି ଅନେକ ଦେଶରୁ ପ୍ରାୟ ୬୦ ଅଗ୍ରଣୀ ଖେଳାଳିଙ୍କ ପାଖାପାଖି ୩୦୦ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଏକ୍ସଟୁଜନ୍ ହେଉଛି ଏକ ପ୍ରକ୍ରିୟା ଯାହାକି ଏକ ଡ଼ାଇ ଜରିଆରେ ପୁସ୍ କରାଯାଇ ଏକ ଫିକ୍ସଡ଼ କ୍ରସ୍-ସେକ୍ସନ ପ୍ରୋଫାଇଲ୍‌ର ବସ୍ତୁ ତିଆରି କରାଯାଇଥାଏ। ଏହି ମାଷ୍ଟରକ୍ଲାସ ଦୁନିଆର ଅନ୍ୟତମ ଅଗ୍ରଣୀ ଏକ୍ସଟୁଜନ୍ ବିଶେଷଜ୍ଞ ଶ୍ରୀ ଜୋନାଥନ୍ ପାଙ୍ଗବର୍ଷଙ୍କ ଦ୍ବାରା ପରିଚାଳିତ ହୋଇଥିଲା, ଯିଏ କମ୍ପାନୀର କଷ୍ଟମର ଟେକ୍ନିକାଲ ସର୍ଭିସ (ସିଟିଏସ) ସେଲ୍ ପାଇଁ ବିଲେଟ୍ ଏକ୍ସଟୁଜନ୍‌ର ବୈଷୟିକୀ ପରାମର୍ଶଦାତା ଭାବରେ କାର୍ଯ୍ୟ କରନ୍ତି । ମାଷ୍ଟରକ୍ଲାସ ବେଦାନ୍ତ ଆଲୁମିନିୟର ଏକ ଅଂଶ ଭାବରେ ଗ୍ରାହକଙ୍କୁ ନୂତନ ଉତ୍ପାଦ ବିକାଶ, ନୂତନ ପ୍ରୟୋଗ ବିକାଶ, ବଜାର ପ୍ରଗତି, ଜ୍ଞାନ ଓ ବୈଷୟିକୀ ଜ୍ଞାନ କୌଶଳ ଏବଂ ଆହୁରି ଅନେକ କିଛି ପ୍ରଦାନ କରୁଛି । ଏହି ଅଧିବେଶନରେ ଭାରତର ପ୍ରମୁଖ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦେଇଥିଲେ ।

Omkar Vasthu
Omkar Vasthu

ଆଲୁମିନିୟମ ଆଜି ଦୁନିଆର ଦ୍ଵିତୀୟ ଗୁରୁତ୍ବପୂର୍ଣ୍ଣ ଧାତୁ ଅଟେ, ଯେଉଁଥିରେ ଉଚ୍ଚ ଶକ୍ତି- ଓଜନ ଅନୁପାତ, ଅସାଧାରଣ ଡ଼ିଜାଇନ ନମନୀୟତା, କୋରୋଜନ-ପ୍ରତିରୋଧ, ବୈଦ୍ୟୁତିକ ଏବଂ ଥର୍ମାଲ କଣ୍ଟ୍ରାକ୍ଟିଭିଟି ଏବଂ ଏହାର ଚିରନ୍ତନ ପୁନଃ ବ୍ୟବହାର ଭଳି ଅନନ୍ୟ ଗୁଣ ରହିଛି । ଆଲୁମିନିୟମର ଏହି ବହୁମୁଖୀ ଗୁଣଗୁଡ଼ିକ ଉନ୍ନତମାନର ଉତ୍ପାଦ ଉତ୍ପାଦନ ଏବଂ ଉତ୍ପାଦନ ବୃଦ୍ଧି ଏକ୍ସଟୁଜନ୍ ପ୍ରକ୍ରିୟା ଦ୍ବାରା ପୂର୍ଣ୍ଣ ହୋଇପାରିବ । ଆଲୁମିନିୟମର ଉଚ୍ଚ ଶକ୍ତି-ଓଜନ ଅନୁପାତ ଏବଂ ଏହାକୁ ଯେକୌଣସି ଆକୃତି ଦେବାର କ୍ଷମତା, କଠିନ, ସହନଶୀଳ ସହିତ ଏହାକୁ ଏକ ଆଦର୍ଶ ପ୍ରଦାର୍ଥରେ ପରିଣତ କରେ ।

Pearl dental clinic
Near Ashish Medical Store, Bhawanipatna

ଏହା ବିଶେଷ ଆବଶ୍ୟକତା ସହିତ ଆଲୁମିନିୟମ ଏକ୍ସଟୟୁଜନ୍ ଉଦ୍ୟୋଗକୁ ସତନ୍ତ୍ର କରିଥାଏ । ଏକ ପ୍ରତିଯୋଗିତାମୂଳକ ଧାରାକୁ ବଜାୟ ରଖିବା ପାଇଁ ବିମାନ ଚଳାଚଳ ଠାରୁ ଆରମ୍ଭ କରି ଅଟୋମୋବାଇଲ୍ ନିର୍ମାଣ ଏବଂ ଭିତିଭୂମି ନିର୍ମାଣରେ ବ୍ୟବହାର କରାଯାଇଥାଏ। ବେଦାନ୍ତ ଆଲୁମିନିୟମ ବର୍ତମାନ ଏଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ୍ସଟୁଜନ୍ ଉଦ୍ୟୋଗକୁ ୱିନଏକ୍ସଏକ୍ସଏକ୍ସ, ଥାଏକ୍ସଏକ୍ସଏକ୍ସ, ଏବଂ ସିକ୍ସଏକ୍ସଏକ୍ସଏକ୍ସ ଆଲୟ ସିରଜ୍‌ରେ ବିସ୍ତୃତ ବିଲେଟ୍ ପ୍ରଦାନ କରେ। ଶ୍ରୀଯୁକ୍ତ ଆଲାକ ରଞ୍ଜନ, ବେଦାନ୍ତ ଆଲୁମିନିୟମର ଚିଫ୍ ମାର୍କେଟିଂ ଅଫିସର ଏବଂ ଶ୍ରୀଯୁକ୍ତ ରାମ ସନ୍ଦୀପନ ଅଧିକାରୀ, ମୁଖ୍ୟ – ଗ୍ରାହକ ବୈଷୟିକୀ ସେବା- ବେଦାନ୍ତ ଆଲୁମିନିୟମ ଅଂଶଗ୍ରହଣକାରୀଙ୍କ ସହିତ କମ୍ପାନୀର ଅଫର ଏବଂ ଶିଳ୍ପଧାରା ଉପରେ ଅନ୍ତର୍ନିହିତ ସୂଚନା ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ଗ୍ରାହକଙ୍କ ପାଇଁ ବେଦାନ୍ତ ଆଲୁମିନିୟମ ଅଫର୍ ବିଷୟରେ ଶ୍ରୀ ରାହୁଲ ଶର୍ମା, ସିଇଓ – ବେଦାନ୍ତ ଆଲୁମିନିୟମ କହିଛନ୍ତି ଆଲୁମିନିୟମର ଭାରତର ବୃହତମ ଉତ୍ପାଦନକ ତଥା ଦେଶର ସର୍ବବୃହତ ବିଲେଟ୍ ରପ୍ତାନୀକାରୀ ଭାବରେ ଆମେ ଗୁଣବତା, ବିଶ୍ଵସନୀୟତା ଓ ନିର୍ମାଣ ଉତ୍କର୍ଷତାର ଧ୍ଵଜା ବହନକାରୀ ଅଟୁ । ସର୍ବୋଚ୍ଚ ଗୁଣାତ୍ମକ ଆଲୁମିନିୟମ ଉତ୍ପାଦ ଉତ୍ପାଦନରେ ଆମର ପାରଦର୍ଶିତା ଭାରତୀୟ ଶିଳ୍ପରେ ବିଶ୍ଵ ଜ୍ଞାନ ଆଣିବାକୁ ଆମର ଉତ୍ସାହି ସହିତ ମେଳ ଖାଉଛି । ଏହି ମାଷ୍ଟରକ୍ଲାସ ପ୍ରତିକ୍ରିୟା ଅତ୍ୟନ୍ତ ଉତ୍ସାହଜନ ଏବଂ ଆମର ଗ୍ରାହକମାନେ ଆଗକୁ ବଢ଼ିବା ପାଇଁ ଏହିକରି ନେକ ଜ୍ଞାନ ବିତରଣ ଅଧିବେଶନ କରିବାକୁ ଯୋଜନା ରଖିଛୁ ।

ଶ୍ରୀ ଜୋନାଥନ ପାଙ୍ଗବୋର୍ସ, ବୈଷୟିକୀ ପରାମର୍ଶଦାତା –ବେଦାନ୍ତ ଆଲୁମିନିୟମ ପାଇଁ ଏକ୍ସଟୁଜନ୍, ମାଷ୍ଟରକ୍ଲାସ୍‌ରେ ତାଙ୍କର ବିଶେଷଜ୍ଞ ଜ୍ଞାନ ବାଂଟିଥିଲେ । ସେ କହିଥିଲେ ଆଲୁମିନିୟମ ଏକ୍ସଟୁଜନ୍ ଆଧୁନିକ ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ଏମିତିକି ଆମେ ରହୁଥିବା ଘର ଠାରୁ ଆରମ୍ଭ କରି ବିମାନରେ ପ୍ରୟୋଗ କରାଯାଉଛି। ବେଦାନ୍ତ ଆଲୁମିନିୟମ ଦ୍ୱାରା ମାଷ୍ଟରକ୍ଲାସ୍ ଆକାରରେ ପ୍ରଦାନ କରାଯାଉଥିବା ପ୍ଲାଟଫର୍ମ ପାଇଁ ମୁଁ ଆନନ୍ଦିତ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋସ ସଷ୍ଟାନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍କେଲ୍‌ର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.