କଳାହାଣ୍ଡି,୧୩/୪ : ମ.ରାମପୁର ଅଂଚଳର ବିଭିନ୍ନ କାଳୀ ମନ୍ଦିରଠାରେ ଆଜି ମେରୁ ପୂଜା ମହାସମାରୋହରେ ପାଳିତ ହେଇଯାଇଛି । ଗତ ତେର ଦିନ ଧରି କାମନା ଦଣ୍ଡ ପାଳନ କରିବା ପରେ ଏହାର ଶେଷ ଦିନରେ ମେରୁ ପୂଜା ତଳସାଗରପଡ଼ା, ଶୁଣ୍ଢିପଡ଼ା, ବମକ, ଉଲୁରୂପି, ଡ଼ୁମେରପାଲି, ବୁରାଟ, ମଦନପୁର, ସିର୍କିହେଜୁ, କଲୋନୀପଡ଼ା ଇତ୍ୟାଦି କାଳୀ ମନ୍ଦିରଠାରେ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇଛି । ମାଁଙ୍କ ବିଗ୍ରହକୁ ନେଇ ନଗର ପରିକ୍ରମା ପରେ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁ ଭକ୍ତ, ଦଣ୍ଡ ବ୍ରତଧାରୀମାନେ ରୁଣ୍ଡ ହେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଆଜକୁ ପାଖାପାଖି ଏକ ଶହ ବର୍ଷ ହେଲା ଗଂଜାମରୁ ଏହି ଦଣ୍ଡ ସଂସ୍କୃତି କଳାହାଣ୍ଡିର ମ.ରାମପୁର ଅଂଚଳରେ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ଚାଲୁରହିଛି ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇