ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାଳୟ କୋକସରା ଠାରେ ବ୍ଲକ ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ବ୍ଲକକ୍ରୀଡା ସଙ୍ଘ ଆନୁକୂଲ୍ୟରେ ବ୍ଲକର ହାଇସ୍କୁଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରକୁ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ କ୍ରୀଡା ପ୍ରତିଭା ଅନ୍ୱେଷଣ କରି କେମିତି ଜିଲ୍ଲା ଓ ରାଜ୍ୟ ସ୍ତରରେ ଭାଗ ନେଇ କ୍ରୀଡା କ୍ଷେତ୍ରରେ ସଫଳତା ଅର୍ଜନ କରିବେ ଏହା ମୂଳ ଲକ୍ଷ ନେଇ ଆୟୋଜିତ ହେଇଥିବା ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଯୋଗ ଦେଇ ଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଏବିଇଓ ତୋଫାନ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଲଡ଼ୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ସମାଜସେବୀ ସଞ୍ଜୟ ସିଂଘଲ ,ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶିବିରକୁ ଶିକ୍ଷକ ହେମନ୍ତ ମାଝୀ ପରିଚାଳନା କରିଥିବା ବେଳେ ଶିକ୍ଷକ ଦେବାଶିଷ ସାହୁ ଧନ୍ୟବାଦ ଦେଇଥିଲେ। ପରେ ବଜାର ପ୍ରାଙ୍ଗଣରେ ଥିବା ଖେଳ ପଡିଆରେ ହୋଇଥିବା ଲମ୍ବା ଡିଆଁ, ଉଚ୍ଚା ଡିଆଁ, ଦୌଡ଼, ଶଟପୁଟ, ଡ଼ିସକସ, ଭଲିବଲ, କବାଡି ଭଳି ବିଭାଗ ରେ ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିଲେ। ପିଇଟି ଅମିତ ମହାନ୍ତି ସମେତ ସମସ୍ତ ବିଦ୍ୟାଳୟର ପିଇଟି ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.