ମୋଟେର ଠାରେ ଖରିଫ୍ ଧାନମଣ୍ଡି ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ସୋମବାର ଖରିଫ୍ ଧାନ କ୍ରୟ ନିମନ୍ତେ ମଣ୍ଡିର ଶୁଭାରମ୍ଭ ହୋଇଛି। ଚାରବାହାଲ ପେକ୍ସ ଅଧୀନରେ ଧାନ କ୍ରୟ ହେଉଥିବା ଏହି ମଣ୍ଡି କୁ ପେକ୍ସ ସଭାପତି ମହେଶ ପଣ୍ଡା ଓ ମୋଟେର ପଞ୍ଚାୟତ ସରପଞ୍ଚ ବାସନ୍ତୀ ନାଏକ ଆନୁଷ୍ଠାନିକ ଭାବରେ ମଣ୍ଡି ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ମାଧବ ଧଙ୍ଗଡ଼ାମାଝି, ମୋହନ ନାଏକ, ଧାନ କ୍ରୟ ଅଧିକାରୀ ମୋହିତ ବେହେରା, ଡିଇଓ ବୈଷ୍ଣବ ଗୋପାଳ, ଚାଷୀ କମିଟି ସଭାପତି ଦୁଷ୍ମନ୍ତ ପଟ୍ଟଯୋଶୀ, ସମ୍ପାଦକ ପରମେଶ୍ୱର ବାଗ, ସହ ସମ୍ପାଦକ ସୁଦର୍ଶନ ବେହେରା, ଦେବେନ୍ଦ୍ର ପଟ୍ଟଯୋଶୀ, ତପନ ମୁଣ୍ଡ, ବେଣୁଧର ଦଳପତି, ବିରବଳ ଦଳପତି, ଲବ ନାଏକ, କୁଶଧର ବେହେରା ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.