ରିଞ୍ଜା ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର: ୧୯୮ରୁଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଅଭିଯୋଗ ପଞ୍ଜିକରଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗ୍ରାମ ପଞ୍ଚାୟତ ଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚରିତା ମୁର୍ଗ୍ରୀ, ସମିତି ସଭ୍ୟ ଆନନ୍ଦ ନାଗ, ତହସିଲଦାର ମିଲନ କୁମାର ଝାଙ୍କର , ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ,ଉଦ୍ୟାନ ବିଭାଗ,ଓଏଲଏମ କର୍ମଚାରୀ , ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗ ନୱାଡି କର୍ମୀ, ରିଞ୍ଜାଗ୍ରାମ ପଞ୍ଚାୟତ କର୍ମଚାରୀ, ଯୋଗାଣ ସହାୟକ , ଜିଆରଏସ ଉମେଶ ସୁନା , କନିଷ୍ଟ ଯନ୍ତ୍ରୀ ଶିଶିର ଶବର, ରିଞ୍ଜାଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ।ରିଞ୍ଜା ଗ୍ରାମ ପଞ୍ଚାୟତ ସରପଞ୍ଚ ପଞ୍ଚାନନ ବାଗଙ୍କଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପରମାନନ୍ଦ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରିଞ୍ଜା ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ଓ ଏହି ଅଭିଯୋଗ ଶୁଣାଣୀ ଶିବିରରେ ୧୯୮ରୁ ଉର୍ଦ୍ଧ୍ବ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡ଼ିଛି । ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ ୧୬୨ ଟି ବାର୍ଦ୍ଧକ୍ୟ ଭତ୍ତା ୧୧ , ଜମି ଜମା ସଂକ୍ରାନ୍ତୀୟ ମାମଲା ୨,ପିଡିଏସ ୧୧ଟି,ମନରେଗା କାର୍ଯ୍ୟ ୨,ଜଳ ପରିମଳ୨ ଟି, ଏସବିଏମ ୫ଟି ଉପରେ ବିଷୟରେ ଅଭିଯୋଗ ମାନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.