କୁମାରସ୍ବାମୀ ମହୋତ୍ସବରେ ନୃତ୍ୟ ଆସର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଚାଲିଥିବା ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ନୃତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକକ ନୃତ୍ୟରେ ପାଟଣାଗଡର ସନ୍ତୋଷିନୀ ମେହେର ପ୍ରଥମ, ମନିଷା ଓ ସାଥି କାରୁମପଦର ଦ୍ବିତୀୟ ଏବଂ ସମ୍ବଲପୁରର ସୁକେଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଭାବେ ଦଳଗତ ନୃତ୍ୟରେ ଫଟକାମାଲର ଗଣେଶ ନୃତ୍ୟ ଦଳ ପ୍ରଥମ, ଲୁଥୁରବନ୍ଧର ହେପି ଡେନ୍ସ ଗୃପ ଦ୍ବିତୀୟ ଓ ସାଗର ନୃତ୍ୟ ଦଳ ନର୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀ ଓ ଦଳକୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଏଥିରେ ବିଚାରକ ଭାବରେ ଶରତ ଚନ୍ଦ୍ର ଭୋଇ, ଗଗନ ପଧାନ ଓ ସଞ୍ଜୟ ଧଙ୍ଗଡାମାଝୀ ଦାଇତ୍ୱ ନିର୍ବାହ କରିଥିଲେ। ରାତି ତମାମ ନୃତ୍ୟ ଆସରର ସଂଯୋଜନା କରିଥିଲେ ପଶ୍ଚିମ ଓଡ଼ିଶାର ବିଖ୍ୟାତ ମଞ୍ଚ ପରିଚାଳକ ସୁଧିର ନାଏକ। ଅତିଥିଭାବେ କଳାକାର ମାନସ ସାହୁ ଉପସ୍ଥିତ ଥିଲେ। ସ୍ବାଧିନ ଭୋଇ, କ୍ରିଷ୍ଣା ଗଉଡ, ଦୁଃଖିଧନ ବାଗ, ଭୁବନେଶ୍ୱର ବାଗ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନୃତ୍ୟ ଆସର ପ୍ରାରମ୍ଭରେ ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂ ମଞ୍ଚ ଉଦଘାଟନ କରିଥିବାବେଳେ ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣାର ସଭାପତି ଜୟନ୍ତ ବେହେରା, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, କ୍ରିଡ଼ା ସମ୍ପାଦକ ଅନୀଲ କୁମାର ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୃତ୍ୟ ଆସରରେ କଳାହାଣ୍ଡି ଜିଲ୍ଲା ସମେତ ରାୟଗଡ଼ା, ବଲାଙ୍ଗୀର, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.