ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଷୁରା ଇଲେଭେନ ଷ୍ଟାର ଦଳ ୨-୦ ଗୋଲରେ ତୁର୍ଲା (ଟିଟିଲାଗଡ଼)କୁ ପରାସ୍ତ କରି ଚଳିତବର୍ଷ ୨୦୨୨-୨୩ ରିଷିଡା କପ ଚମ୍ପିୟାନ ହୋଇଛି। ମ୍ୟାଚକୁ ଇଣ୍ଟରନେସନାଲ ରେଫରୀ ନବୀନ ନାଏକ, ଲଳିତ ସାହୁ, ଲଳିତ ଦାସ, ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ। ଏହି ମ୍ୟାଚରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନିସାହୁ ମୁଖ୍ୟ ଅତିଥି, ରିଷିଡା ସରପଞ୍ଚ ସେବତୀ ରଣା, ରିଷିଡା ସମିତିସଭ୍ୟ ନିମାଇଁଚରଣ ବେହେରା, ରିଷିଡା ସେବା ସମବାୟ ସମିତିର ଉପସଭାପତି ସୁଶାନ୍ତି ରଣା, କର୍ଲାମୁଣ୍ଡାବ୍ଲକ ପ୍ରେସ କ୍ଳବ ସମ୍ପାଦକ ପ୍ରଦୀପ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା ସଭାପତିତ୍ୱ କରିଥିଲେ। ଆୟୋଜକ ଯୁବାମଞ୍ଚ ପକ୍ଷରୁ ପୁରାତନ ଖେଳାଳି ଦୀନବନ୍ଧୁ ସାହୁ, ଆନ୍ତର୍ଯ୍ୟାମି ସାହୁ, ଚନ୍ଦ୍ରମଣି କୁମୁରା, ଉମାକାନ୍ତ ସାହୁ, ଧବଳେଶ୍ୱର ଦଣ୍ଡସେନାଙ୍କୁ ସମ୍ମାନିତ କରାଯାଇଥିଲା। ମେନ ଅଫ ଦ ମ୍ୟାଚ ଭାବେ କରଣ ଦଣ୍ଡସେନା ଓ ମେନ ଅଫ ଦ ଟୁର୍ଣ୍ଣାର୍ମେଣ୍ଟ ଭାବେ ଗୋବିନ୍ଦ ମାଝୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଓ଼ ବିଜେତା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା। ଆୟୋଜକ କମିଟି ସମ୍ପାଦକ ସୌମ୍ୟ ରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା, ସାମ୍ବାଦିକ ସତ୍ୟ ନାରାୟଣ କୁମାର, ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧକ୍ଷ ଲିପୁନ ରଣା, ସାହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଶ୍ରବଣ ପୁଟା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ, ଲିପୁ ରଣା ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣିସାହୁ, ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ, ସ୍କୋରବୋର୍ଡଦାଇତ୍ୱରେ ଗୋବର୍ଦ୍ଧନ ମାଝୀ ଓ଼ ରଶ୍ମି ରଞ୍ଜନ ଲେଙ୍କା ରହିଥିଲେ। ସଭାକାର୍ଯ୍ୟକୁ ମଧୁସୂଦନ ବାଗ ସଂଯୋଜନା କରିଥିଲେ।