ଆମ ଆଦମୀ ପାର୍ଟିର ଜନସମ୍ପର୍କ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଧୋବେନଚଞ୍ଚରା ଠାରେ ରବିବାର ଆମ ଆଦମୀ ପାର୍ଟିର ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ସଭାପତି ଡିସମ୍ବର ଖେର୍ସଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କର, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଭୋଦେବ ବେହେରା, ସାଧାରଣ ସମ୍ପାଦକ ଯଶୋବନ୍ତ ବେମାଲ ପ୍ରମୂଖ ଉପସ୍ଥିତ ରହି ଆମ ଆଦମୀ ପାର୍ଟିର ଲୋକ କଲ୍ୟାଣ ଯୋଜନା ଗୁଡିକ ବିଷୟରେ ଆଲୋଚନା କରିଥିଲେ। ଏଥି ସହିତ ଓଡ଼ିଶାରେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ପାଇଁ ଆଗାମୀ ଦିନରେ ଆମ ଆଦମୀ ପାର୍ଟିର ସରକାର ଗଠନ କରିବାକୁ ହେବବୋଲି ମତପ୍ରକାଶ କରିଥିଲେ। ଏହି ସଭାରେ ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିବାବେଳେ ଧୋବେନଚାଞ୍ଚରା ଗ୍ରାମର ଶ୍ରୀଧର ଭୋଇ, ଜୟସିଂ ବାଗ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.