ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ପାଳିତ

● ଏକ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କ ଭୁମିକା ରହିଛି -ଅତିଥି

● ଉନ୍ମୋଚିତ ହେଲା କେନୋପି

● ଅନୁଷ୍ଠିତ ହେଲା ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆମେ ଚାହୁଁଥିବା ଆଗାମୀ କାଲିର ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କ ଭୂମିକା ରହିଛି ଏବଂ ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଆଜି ସ୍ଥାନୀୟ କୋଶଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାର୍ବଜନୀନ ସ୍ଵାସ୍ଥ୍ୟସେବା ଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୋଶଳ ଉଚ୍ଚ ବିଦ୍ୟାଳୟର ଦିପାଲି ଭୋଇ, ଉମାକାନ୍ତ ମହାଲିକ ଏବଂ ଦିପି ମେହେର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଶିକ୍ଷକ ଦୁର୍ଯ୍ୟୋଧନ ମାେହେର ଏବଂ ଭାଗବତ ପ୍ରସାଦ ମିଶ୍ର ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ପାଳନତ୍ସୋବରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର ଅତିଥି ଭାବେ ଯୋଗ ଦେଇଥିଲେ। କୋଶଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ପଣ୍ଡା, ସମୀର ସାହୁ ଏବଂ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏହା ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଜାତୀୟ ସ୍ଵାସ୍ଥ୍ୟ ମିଶନର ଡିପିଏମ୍ ବିଶ୍ଵମ୍ଵର ବେହେରା ଆଦିଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ଦ୍ଵାରା ଏକ କେନୋପି ଉନ୍ମୋଚିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.