ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ ଆହ୍ୱାନରେ ପାଚିକା ଓ ସହାୟିକା ସଂଘ ରାୟଗଡା ଜିଲ୍ଲା ଶାଖାର ଏକ ବୈଠକ ସ୍ଥାନୀୟ ଠକ୍କର ବାପା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ସକାଳ ୧୦ଟାରୁ ନେଇ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ପାଚିକା ଓ ସହାୟିକା ଭଉଣୀମାନେ କାମ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ କରି ଖାଦ୍ୟ ଦେବା ସହ ସ୍କୁଲର ଅନ୍ୟାନ୍ୟ କାମରେ ମଧ୍ୟ ସହଯୋଗ କରୁଥିବା ବେଳେ ୨୦୦୪ ମସିହାରୁ ସରକାର ଏମାନଙ୍କୁ ୧୦୦ଟଙ୍କାରୁ ବେତନ ଦେଇ ନିଯୁକ୍ତ ଦେଇଛନ୍ତି । ବର୍ତ୍ତମାନ ମାସିକ ୧୪୦୦ ଟଙ୍କା ମିଳୁଥିବା ବେଳେ ସମାନ କାମକୁ ସମାନ ଦରମା ଓ ସର୍ବନିମ୍ନ ମଜୁରି ପ୍ରଦାନ ପାଇଁ ଦାବି କରିଛନ୍ତି ଜିଲ୍ଲା ସଭାନେତ୍ରୀ ରୂପାଇ ତାଡିଙ୍ଗି । ସେହିପରି ସଂଘ ତରଫରୁ ଏହା ପ୍ରଥମ ବୈଠକ ହୋଇଥିବା ବେଳେ ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଜିଲ୍ଲା ସଂଯୋଜକ ଅରୁଣ କୁମାର ଲେଙ୍କା ପ୍ରକାଶ କରିଛନ୍ତି ।





