ସାଇଟସେଭରସ ତରଫରୁ ତିନି ଦିନିଆ ପ୍ରଯୁକ୍ତିବିଦ୍ୟା ତାଲିମ ଶିବିର 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭବାନୀପାଟଣା ସ୍ଥିତ ହୋଟେଲ ମିଡ ଟାଉନଠାରେ  ସାଇଟସେଭରସ୍ ଓ ସମଗ୍ର ଶିକ୍ଷା କଳାହାଣ୍ଡି ସହିତ ମିଳିତ ଭାବରେ ବ୍ଳକ ସମ୍ବଳ ଶିକ୍ଷକ ମାନଙ୍କୁ ତିନି ଦିନିଆ ପ୍ରଯୁକ୍ତିବିଦ୍ୟା ତାଲିମ ଆରମ୍ଭ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଟେମଲାଳ ଦୁବେ ଓ ଲିପିକା‌ ଅପରାଜିତା ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରଶିକ୍ଷକ ବିଜୀଲି ଏକ୍କା ଦୃଷ୍ଟିବାଧିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୁମିକା ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାଇଟ୍ ସେଭର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଯୋଗେଶ୍ୱର ବୁଦ୍ଧିଆ ପରିଚାଳନା କରିଥିଲେ ଓ ପ୍ରିୟବ୍ରତ ପାଢ଼ୀ, ଲିପନ୍ କୁମାର ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.