ବିଷୁବ ସାହିତ୍ୟ ଆସର ‘ଚଇତି ଗୀତି’

ସୁବର୍ଣ୍ଣପୁର,୧୫/୪: ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଏକ ବିଷୁବ କବିତା ଆସର ସ୍ଥାନୀୟ ତ୍ରିବେଣୀ ସଙ୍ଗମ ରାମେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନାଟ୍ ଦ୍ୱାରା ଆୟୋଜିତ ଏହି ଚଇତି ଗୀତି କବିତା ଆସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ।

କବି ଅବକାଶ ପ୍ରଧାନ ଓ ସରସ୍ୱତୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ପ୍ରେମ, ବିରହ, ବେଦନା, ବ୍ୟଙ୍ଗ ଓ ଅନେକ ଗୀତି କବିତା ସ୍ଥାନିତ ହୋଇଥିଲା।

ନାଟ୍’ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆସରରେ କବି ଡ. ଦେବାଶିଷ ପାଣ୍ଡିଆ, ସୌରଭ ରଞ୍ଜନ ଖମାରି, ବେଣୁଧର ପ୍ରଧାନ, ରଂଜିତା ପଣ୍ଡା, ଶ୍ରୁତିଶିଖା ମହାପାତ୍ର, ସନ୍ତୋଷିନୀ ନନ୍ଦ, ସସ୍ମିତା ମେହେର, ଦିଲ୍ଲୀପ ମହାନ୍ତି, ସଂଜୀବ ନାୟକ, ରଂଜୁ ଅମାତ, ଭାର୍ଜନ ପ୍ରଧାନ, ସୀତାକାନ୍ତ ସିଂ, ପ୍ରଭାତ ଖମାରି, ଆଶିଷ ମିଶ୍ରଙ୍କ ପରି ବରିଷ୍ଠ ଓ ଯୁବ କବିମାନଙ୍କ ସହିତ ବୌଦ୍ଧ, ସୋନପୁର ଓ ସମ୍ବଲପୁର ଜିଲ୍ଲାର ଅନେକ ଯୁବ କବି ସାମିଲ ହୋଇଥିଲେ।

ନାଟ୍’ର ସାହିତ୍ୟ ସମ୍ପାଦକ ନରେନ୍ଦ୍ର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବନମାଳୀ ପଣ୍ଡା, ସମ୍ପାଦକ (ସମାଜସେବା) ସଞ୍ଜୟ କୁମାର ପଣ୍ଡା , ଶୈଳେନ୍ଦ୍ର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିବାବେଳେ ଯୁବ ଗାଳ୍ପିକ ତଥା ସଭ୍ୟ କ୍ଷୀରୋଦ ବିହାରୀ ବିଶ୍ୱାଳ ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଓ ଭ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.