ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଯୁବ ଲେଖକ ନିରଞ୍ଜନ ନାୟକ ଚଳିତ ବର୍ଷର ମର୍ଯ୍ୟାଦାଜନକ ଭୁବନେଶ୍ବର ସେବା ସମ୍ମାନ-୨୦୨୨ ପ୍ରାପ୍ତ ହୋଇଛନ୍ତି। ଖଣ୍ଡଗିରି ଠାରେ ଭୁବନେଶ୍ବର ସାମାଜିକ ଯୁବ ସଂଗଠନ ଦ୍ବାରା ଆୟୋଜିତ ସେବା ସମ୍ମାନ ଉତ୍ସବରେ ନିରଞ୍ଜନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଓଡିଶାର ବିଭିନ୍ନ ଖବରକାଗଜ ପତ୍ରପତ୍ରିକାରେ ଶ୍ରୀ ନାୟକଙ୍କ ପ୍ରବନ୍ଧ, ଫିଚର, ଗଳ୍ପ ଓ କବିତା ନିୟମିତ ଭାବେ ପ୍ରକାଶିତ ହୋଇଆସୁଛି। ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ଦ୍ବାରା ସେ ପୁରସ୍କୃତ ହୋଇଛନ୍ତି। ପୁରସ୍କାର ଓ ସମ୍ମାନ ପାଇବା ଦ୍ବାରା ଲେଖାଲେଖି ପାଇଁ ଉତ୍ସାହ ଓ ଆଗ୍ରହ ଜନ୍ମିଥାଏ ବୋଲି ନିରଞ୍ଜନ ପ୍ରକାଶ କରିଛନ୍ତି। ଏହି ସମାରୋହରେ ଖଣ୍ଡପଡା ବିଧାୟକ ତଥା ଦୈନିକ ସମ୍ବାଦ ଖବରକାଗଜର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରାକ୍ତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ, ଖଣ୍ଡଗିରି ବିଧାୟକ ଅମରେଶ ଜେନା, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଏସିପି ବିଷ୍ଣୁ ଚରଣ ପାତ୍ର, ସାମାଜିକ କର୍ମୀ ସଶ୍ମିତା ଦାସ, ସ୍ମୃତି ମହାନ୍ତି, ଡାକ୍ତର ଜ୍ଞାନ ରଞ୍ଜନ ପଲେଇ, ନିର୍ଦ୍ଦେଶକ ବାପୁ ଓଝା, ମନୁ ପାଗଳ, ସଞ୍ଜୟ ପରିଡା ପ୍ରମୁଖ ଉପସ୍ଥିତ ରହି ନିରଞ୍ଜନ ନାୟକଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ସମାଜ ମଙ୍ଗଳ ହୁଣ୍ଡିରୁ ଦୁଇଜଣ କର୍କଟ ପିଡିତ ରୋଗୀଙ୍କୁ ଅର୍ଥ ଦାନ କରାଯାଇଥିଲା। ଭୂବନେଶ୍ବରର ବିଭିନ୍ନ ସଙ୍ଗଠନ, ନିର୍ଦ୍ଦେଶକ, ଅଭିନେତା କଳାକାର ବୁଦ୍ଧିଜୀବି ସମାଜସେବୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।