ବାଲିଗୁଡାରେ ବଡ଼ଦିନ ପର୍ବ ଏବଂ ଶହୀଦ ଖଗେଶ୍ୱର ମଳିକଙ୍କ ସ୍ମୁତିରେ ଶହୀଦ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। ଖ୍ରୀଷ୍ଟ ଧର୍ମାବଲାମ୍ବୀମାନଙ୍କ ପାଇଁ ଏହାଏକ ପବିତ୍ର ପର୍ବ। ଏନେଇ ସବୁଆଡ଼େ ହର୍ଷୋଲ୍ଲାସର ମାହୋଲ। ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳର ଚର୍ଚ୍ଚ ଚାରିଆଡ଼େ ବେଶ୍ ସାଜସଜ୍ଜା ହୋଇଛି। ଭଳିକି ଭଳି ରଙ୍ଗବେରଙ୍ଗ ଆଲୋକମାଳା ସହିତ କ୍ରୀସମାସ୍ ଟ୍ରି, ଷ୍ଟାର୍, କ୍ରିସମାସ୍ ଗୁହାଳ ଘର ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଦ୍ୱାରା ଚର୍ଚ୍ଚାକୁ ସଜାଯାଇଛି।

Udyog Nursery
Udyogi Nursery

ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚରେ ପାଳିଛନ୍ତି ବଡ଼ଦିନ ଓ ପ୍ରାର୍ଥନା କରିଛନ୍ତି, ପରସ୍ପରକୁ ଶୁଭେଚ୍ଛା ଜଣାଇ କେକ୍ ଓ ମିଷ୍ଟାନ୍ନ ବାଣ୍ଟିଛନ୍ତି। ବନ୍ଧୁମିଳନରେ ସମସ୍ତେ ସମବେତ ହୋଇ ଖୁସି ମନାଇଥିଲେ । କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ବଡ଼ଦିନ ପର୍ବ ଫିକା ପଡିଥିଲା ଚଳିତ ବର୍ଷ ଯାତ୍ରା ପାଳନ ପାଇଁ ସୁଯୋଗ ମିଳିଥିବାରୁ ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇ ଭଉଣୀ ମାନେ ଆନନ୍ଦ ଉଲ୍ଲାସର ସହିତ ପର୍ବ ପାଳନ କରିଛନ୍ତି। ବିଭିନ୍ନ ଚର୍ଚ୍ଚ ଉପାସନା ଗୃହରେ ସାମୁହିକ ପ୍ରାର୍ଥନା ଓ ନୃତ୍ୟ ଗୀତରେ ପ୍ରକମ୍ପିତ ହେଉଛି।

ଅନ୍ୟପଟେ ଆଦିବାସୀ ନେତା ଶହୀଦ ଖଗେଶ୍ୱର ମଳିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଗତ ଡିସେମ୍ବର ୨୦୦୭ ମସିହାରେ କୁଇ ସମାଜ ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲା। ବାରଖମାରେ ଏକ ରାଲିରେ ଯାଉ ଥିବା ବେଳେ ଦୁର୍ବୁତ୍ତଙ୍କ ହତ୍ୟାର ଶିକାର ହୋଇଥିଲେ ଖଗେଶ୍ବର। ସେହି ଦିନକୁ ମନେପକାଇବା ପାଇଁ ଏବଂ ଆଦିବାସୀ ନିଜ ଅଧିକାର ପାଇଁ ଲଢେଇ କରିବାକୁ ଦୀର୍ଘ ପନ୍ଦର ବର୍ଷ ହେବ ଏହି କାର୍ଯ୍ୟକ୍ରମ କରି କରି ଆସୁଛି।

ପାରମ୍ପରିକ ରୀତିନୀତିରେ ଶହୀଦ ଖଗେଶ୍ୱରର ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଅଞ୍ଚଳର ସମସ୍ତ ଆଦିବାସୀ ନେତା ଯୋଗଦେଇ ଶହୀଦଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ନିଜ ଅଧିକାର ପାଇଁ ଖଗେଶ୍ୱରଙ୍କ ଭଳି ପ୍ରାଣ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକ, ସମ୍ମାନିତ ଅତିଥିଭାବେ ରେବୀଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ, କୁଇ ସମାଜ ସଭାପତି ଧନସିଂ ମାଝୀ, ଯୁଗେଶ୍ୱର ମାଝୀ, ମନୋଜ ମଳିକ, ଶ୍ରୀକାନ୍ତ ମଳିକ, ସିଲି ମାଝୀ, ପ୍ରମୁଖ ଯୋଗଦେଇଥିବା ବେଳେ ପାର୍ଥବ କହଁର ଓ ରଘୁନାଥ ମଳିକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.