କଳା ସଂସ୍କୃତିର ସଂରକ୍ଷଣ ପ୍ରତ୍ୟେକ କଳାହାଣ୍ଡିଆ ଜୀବନର ମୂଳମନ୍ତ୍ର ହେଉ 

ରାକ୍ସିଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅତିତର ଏକ ସମୃଦ୍ଧ ସଭ୍ୟତା ଓ ସଂସ୍କୃତିର ପୃଷ୍ଠଭୂମୀ ଉପରେ ପ୍ରତିଷ୍ଠିତ ହୋଇଛି କଳାହାଣ୍ଡି। କଳାହାଣ୍ଡିର କଳା ସଂସ୍କୃତି ବିଶ୍ବରେ ବିରଳ। କଳାହାଣ୍ଡିର ମାଟି କଳା ସଂସ୍କୃତିର ଗନ୍ତାଘର। ତେବେ ସମୟର ପଟ୍ଟ ପରିବର୍ତ୍ତନ ସହ କଳାହାଣ୍ଡିର ଅନେକ ପ୍ରାଚୀନ କଳା ସଂସ୍କୃତି ଧିରେ ଧିରେ ହଜିବାକୁ ବସିଛି। ତେଣୁ ଏହାର ସଂରକ୍ଷଣ ପ୍ରତ୍ୟେକ କଳାହାଣ୍ଡିଆ ଜୀବନର ମୂଳମନ୍ତ୍ର ହେଉ ବୋଲି ରାକ୍ସିଠାରେ ଆୟୋଜିତ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଘୁମୁରା-୨୦୨୩ ଅନୁଷ୍ଠିତ ହୋଇଯାଇଛି। ରାକ୍ସି ସରପଞ୍ଚ ଯେମନ୍ତ ପୋଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷା ଦୁର୍ଗାପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ଧଙ୍ଗଡାମାଝୀ, ରୁପ୍ରାରୋଡ ପେକ୍ସ ସଭାପତି ବିଜୟ କୁମାର ଭୋଇ, ଉନ୍ନିତ ଉଚ୍ଚ ବିଦ୍ୟାଳୟ ରାକ୍ସିର ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ପ୍ରମୁଖ ସଞ୍ଚାସୀନ ଥିଲେ।

Udyog Nursery
Udyogi Nursery

ପ୍ରାରମ୍ଭରେ ଧରଣୀ ଶାଳରୁ ମଞ୍ଚକୁ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂର୍ବରୁ ପଞ୍ଚାୟତ ଅଧିନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅଞ୍ଚଳର ଅନେକ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ବଜାଶାଲ ଓ ଅନ୍ୟାନ୍ୟ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବୁଢୀପଦର, ରାକ୍ସି, ଗୋଖରା, ନୂଆପଡା ଓ ଖାଇଚୁଆଁ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଏକକ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷିତ ସଚେତନତା ଧର୍ମୀ ନାଟକ ବହୁ ପ୍ରଶଂସିତ ହୋଇଥିଲା। ଶିକ୍ଷାବିତ୍ ଗୋକୁଳଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେନାପତି ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନାଏବ ସରପଞ୍ଚ କୁନ୍ତି ମାଝୀ, ଜିଆରଏସ ଫକିର ପଟ୍ଟନାୟକ, ଯୋଗାଣ ସହାୟକ ଚୈତନ୍ୟ ସାହୁଙ୍କ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.