ବଡ଼ପୋଡ଼ାଗୁଡ଼ା ହାଇସ୍କୁଲର ବାର୍ଷିକ କ୍ରିଡ଼ା ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରଏନଗୁଡା ର ୩୫ତମ ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଉଦଘାଟିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ଧଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡପୋଡ଼ାଗୁଡ଼ା ସରପଞ୍ଚ ଜମୁନା ନାଏକ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି କୃଷ୍ଣ ଚନ୍ଦ୍ର ନାଏକ, ରଘୁନାଥ ନାଏକ, ଡମ୍ବରୁଧର ମାଝି, ଶିକ୍ଷକ ଶୋଲପାଣି ଦାସ, ଉପେଦ୍ର କୁମାର ରାଉତ, କପିଳେନ୍ଦ୍ର ସିଂ ପ୍ରମୂଖ ମଞ୍ଚାସୀନ ହେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶହେ ଓ ଦୁଇ ଶହ ମିଟର ଦୈାଡ, ସ୍ଳୋ ସାଇକେଲ, ଲମ୍ବଡିଆଁ, ଉଚ୍ଚଡିଆଁ, ସର୍ଟପୁଟ୍, ଡିସକସ ଥ୍ରୋ, ପଟାଟୋ ରେସ, ମ୍ୟୁଜିକ ଚେୟାର ଆଦି ଖେଳ କୁଦ ଅନୁଷ୍ଠିତ ହୋଇଥିଲା। ପରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରସାନ୍ତ କୁମାର ସାହୁ ପରିଚାଳନା କରିଥିଲେ। ସ୍କୁଲ କର୍ମଚାରୀ ନିଲାମ୍ବର ପୁଝାରୀ, ନିଲାମ୍ବର ଶବର ସମେତ ଶତ୍ରୁଘନ ପୁଝାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.