ରୁପ୍ରାରୋଡର ନବ ନିର୍ମିତ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ କାନାରା ବ୍ୟାଙ୍କ ସମ୍ମୁଖରେ ନିର୍ମାଣ କରାଯାଉଥିବା ଭବ୍ୟ ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ୨୩ ଅପ୍ରେଲ ୨୦୨୩ରେ ଅନୁଷ୍ଠିତ ହେବ। ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସହ ୫୬ ପ୍ରହରୀ ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। ଆସନ୍ତା ୨୩ ଅପ୍ରେଲରେ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବା ବେଳେ ୭ ଦିନ ପୁର୍ବରୁ ଅର୍ଥାତ ଅପ୍ରେଲ ୧୬ରୁ ମନ୍ଦିରର ଅନ୍ୟାନ୍ୟ ପୂଜା କାର୍ଯ୍ୟ ଜାରି ରହିବ। ଅପ୍ରେଲ ୧୬ରେ କଳସ ଯାତ୍ରା କାର୍ଯ୍ୟକ୍ରମ ରହିଛି। ନାମଯଜ୍ଞ ସାଙ୍ଗକୁ ଜନ ସାଧରଣଙ୍କ ମନୋରଞ୍ଜନ ନିମନ୍ତେ ମିନାବଜାର ଲାଗିବ। ଉକ୍ତ କାର୍ଯ୍ୟକ୍ରମରେ ଆଖ ପାଖ ଗାଁ ମାନଙ୍କରୁ ପାଖା ପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ସାମିଲ ହେବା ଅନୁମାନ କରାଯାଉଛି। ଆଜି ରବିବାର ସନ୍ଧ୍ୟା ୭ଘଣ୍ଟା ସମୟରେ ମାଁ ଦେବସର କମିଟି ରୁପ୍ରାରୋଡ ଓ ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ନର୍ଲା ବ୍ଲକ ଉପାଧ୍ୟକ୍ଷ ତଥା ମାଁ ଦେବସର କମିଟି ରୁପ୍ରାରୋଡର ଉପସଭାପତି ଦୁର୍ଗା ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମାଁ ଦେବସର କମିଟି ସଭାପତି ଗୋବିନ୍ଦ ରାମ ଅଗ୍ରୱାଲ, ସମ୍ପାଦକ ପ୍ରଦୀପ ଅଗ୍ରୱାଲ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇଙ୍କ ସମେତ ଦୀନେଶ ଅଗ୍ରୱାଲ, ନୀରଜ ଶର୍ମା, ଓମପ୍ରକାଶ ଅଗ୍ରୱାଲ, ଦେବ ମାଝୀ, ଅମିତ ଶର୍ମା, ରାଜେଶ ଦତ୍ତା, ରତନ ଅଗ୍ରୱାଲ ଏବଂ ଅନ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.