ବନ୍ଧପାରୀ କ୍ଲଷ୍ଟର ପକ୍ଷରୁ ଲାଞ୍ଜିଗଡ଼ ବିଇଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସିଆରସିସି ତ୍ରିନାଥ ଶ୍ୟାମ କୁମାରଙ୍କ ଆବାହକତ୍ୱରେ ଡଙ୍ଗାଯୋର ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ୍ଧପାରୀ କ୍ଲଷ୍ଟର ପକ୍ଷରୁ ଲାଞ୍ଜିଗଡ଼ ବିଇଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଇଓ ସଞ୍ଜୀବ କୁମାର ନାଏକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ମହେଶ୍ବର ନାୟକ, ବିରଞ୍ଚି ନାରାୟଣ ଦାସ ଓ ସୁଶାନ୍ତ ମହାରଣା ମଞ୍ଚାସୀନ ଥିବାବେଳେ ପ୍ରଭାତ କୁମାର ପାଠୀ ସଭା ସଂଯୋଜନା କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ବିଇଓଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଶୀଲ ବାଗ, ରାସବିହାରୀ ପରିଚ୍ଛା, ନବୀନ ବାଘଙ୍କ ସମେତ ଅନେକ ଶିକ୍ଷକ ବିଦାୟୀ ବିଇଓଙ୍କ ସଂଗଠନ ଓ ପ୍ରଶାସନିକ ଦକ୍ଷତା ତଥା ସମୟନୁବର୍ତ୍ତିତା ଉପରେ ମତ ରଖିଥିଲେ। ଶେଷରେ ବିଇଓ ଶ୍ରୀ ନାଏକ ବିଦାୟୀ ଅଭିଭାଷଣ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.