ରାୟଗଡାରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

ଶ୍ରେଷ୍ଠତମ ଜିଲ୍ଳା ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ : ଜିଲ୍ଳାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାରେ ସରକାରୀ ଜମିର ଅଭାବ ହେତୁ ଅନେକ ଉନ୍ନତୀ ମୂଳକ କାମ ହୋଇ ପାରୁନଥିଲା । ଜୟପୁର ସୁଗାର କମ୍ପାନୀ ସହ ଦୀର୍ଘ ବର୍ଷର ଆଇନଗତ ଲଢେଇ ପରେ ୫୬୦ଏକର ଜମି ସରକାର ଖାତାକୁ ଫେରିଆସିଛି । ଆମ ଜିଲ୍ଳା ପାଇଁ ଏହା ଏକ ସଫଳତା । ଏହି ଫେରିଥିବା ଜମିରେ ବାକି ରହିଥିବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିପାରିବା । ରାୟଗଡା ସହରକୁ ତଥା ଜିଲ୍ଳାକୁ ଏକ ନୂଆ ଦିଶା ତଥା ନିର୍ଦ୍ଦେଶ ଦେଇ ପାରିବା ବୋଲି ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ୭୪ତମ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇଥିଲେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ଜିଲ୍ଳାର ବିକାଶ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ,ଖାଦ୍ୟ,ବାସଗୃହ,ସାମାଜିକ ନ୍ୟାୟ ଆଦି କ୍ଷେତ୍ରରେ ବିଶେଷ ଦୃଷ୍ଟି ରଖି କାର୍ଯ୍ୟ କରୁଛନ୍ତି । ରାଜ୍ୟ ଖାଦ୍ୟ ନିରାପତା ଓ ଆହାର ଯୋଜନାରେ ଅନେକ ଗରୀବ ଲୋକ ଉପକୃତ ହୋଇପାରିଛନ୍ତି । କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ସହ ସାମ୍ବାଦିକଙ୍କ ପାଇଁ ବୀମା ଯୋଜନା,ଜନନୀ ସୁରକ୍ଷା ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ୍‌, କିନ୍ନରଙ୍କ ପାଇଁ ଯୋଜନା ସହ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାର ଗୁରତ୍ୱ ଦେଇଛନ୍ତି ବୋଲି କହିଥିଲେ ।

Udyog Nursery
Udyogi Nursery

ଏଥିସହ ରାୟଗଡାର ଆରାଧ୍ୟ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ରେଳବାଇ ଜମିରେ ଅବସ୍ଥିତ ଥିବା ବେଳେ ଦୀର୍ଘ ବର୍ଷର ଉଦ୍ୟମ ପରେ ମାଙ୍କ ମନ୍ଦିର ପରିସରରେ ଥିିବା ୬.୩୦ଏକର ଜମିକୁ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ରେଳବାଇ ବୋର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ମଧ୍ୟ କହିଥିଲେ । ରାଜସ୍ୱ ସେବାରେ ମଧ୍ୟ ରାୟଗଡା ଜିଲ୍ଳା ରାଜ୍ୟରେ ସୁନାମ ଆଣିପାରିଛି । ଜମିଜମା ରେକର୍ଡ କମ୍ପ୍ୟୁଟରାଇଜେସନ୍ କ୍ଷେତ୍ରରେ ଓଡିଶା ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି ସଫଳତା ପାଇଁ ନୂଆଦିଲ୍ଳୀ ଠାରେ ରାୟଗଡା ଜିଲ୍ଳାକୁ ମଧ୍ୟ ପୁରସ୍କାର କରାଯିବ । ସରକାରଙ୍କ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ସହ ସମସ୍ତ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ ତେଣୁ ଆମ ଜିଲ୍ଳାକୁ ଶ୍ରେଷ୍ଠ ଜିଲ୍ଳାରୁ ଶ୍ରେଷ୍ଠତମ ଜିଲ୍ଳାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କରନ୍ତୁ ବୋଲି ଜିଲ୍ଳାପାଳ ଅଭିଭାଷଣ ରଖିଥିଲେ ।

ଆଜି ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନରେ ଅନୁଷ୍ଠିତ ପ୍ୟାରେଡରେ ୨୫ଟି ଟ୍ରୁପ୍ ସାମିଲ ହୋଇଥିବା ବେଳେ ୬ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ । ସେହିପରି ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟକରି ପ୍ରଶଂସନୀୟ ହୋଇପାରିଥିବା ୧୫ଜଣ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି ଜିଲ୍ଳାପାଳଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।

ପରେ ଜିଲ୍ଳାପାଳ ସ୍ଥାନୀୟ ସେବା ସମାଜ ଅନାଥଶ୍ରମ, ସଦର ଚିକିତ୍ସାଳୟ, ଜିଲ୍ଳା କାରାଗାର,ସ୍ୱଧାର ଗୃହ ଓ ବରିଷ୍ଠ ନାଗରିକ ସେବାଗୃହ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ ବଂଟନ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି କାର୍ଯ୍ୟାଳୟ ତରଫରୁ ପ୍ରାତଃ ୫ଘଂଟା ସମୟରେ ରାମଧୂନ ପ୍ରଚାର କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.