ମାଟି କନ୍ୟା ସମ୍ମାନ ପାଇଲେ କବୟତ୍ରୀ ବନଶ୍ରୀ ଦାଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମାଟିର ସ୍ୱର ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ମୁଠି ଚାଉଳ ମହୋତ୍ସବ ଦଶପଲ୍ଲା ଠାରେ ମାଟି କନ୍ୟା ସମ୍ମାନରେ ସମ୍ମାନୀତ ହୋଇଛନ୍ତି କଳାହାଣ୍ଡିର କବୟତ୍ରୀ ବନଶ୍ରୀ ଦାଶ। ଆୟୋଜିତ ଉତ୍ସବରେ ଉଦ୍ଘାଟିକା ପଦ୍ମଶ୍ରୀ ସାବରମତି ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଡ଼ଃ ସରୋଜ ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସର୍ବୋଦୟ ନେତା ବିନୋଦ ମହାନ୍ତି, ମୁଖ୍ୟ ବକ୍ତା ଡ଼ଃ ମଦନ ମୋହନ ପ୍ରଧାନ, ବରେଣ୍ୟ ବକ୍ତା ଡ଼ଃ ବାସନ୍ତୀ ମହାନ୍ତି, ସମ୍ମାନିତ ଅତିଥି ନିରାକାର ଦାଶ, ନେଦରଲାଣ୍ଡର ଲେଖିକା ଜେଶିଦା ମେଡମ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମାନ ପାଇବା ପରେ କବିୟତ୍ରୀ ବନଶ୍ରିଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.