ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରକ୍ତହୀନତା ଯୋଗୁଁ ଭର୍ତ୍ତି ହୋଇଥିବା ସୋନପୁର ବ୍ଳଳ ଦେଉଲି ଗ୍ରାମର ସୀତା ବେହେରା ନାମକ ମହିଳାଙ୍କୁ ରକ୍ତଦାନ କରି ତାଙ୍କର ଜୀବନ ରକ୍ଷା କରିଛନ୍ତି ଯୁବ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ। ସନ୍ତୋଷ ୪ଥର ରକ୍ତଦାନ କରି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୁଷ୍ଟି କରିପାରିଛନ୍ତି। ସେ ଜଣେ ଶିକ୍ଷକ ଥିଲେ ମଧ୍ଯ ଯେଉଁ ସମୟରେ ରକ୍ତ ଦରକାର ଖବର ପାଇଥାନ୍ତି ତୁରନ୍ତ ଯାଇ ରକ୍ତଦାନ କରିଥାନ୍ତି। ସେ ନିଜେ ରକ୍ତ ଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ଯ ରକ୍ତ ଦାନ ପାଇଁ ଅନୁରୋଧ କରିଥାନ୍ତି। ଏହା ସହ ସେ ରକ୍ତ ଦାନ ଶିବିର ମଧ୍ଯ ଆୟୋଜନ କରିଥାନ୍ତି। ସେ ନିଜେ ପ୍ରକାଶ କରିଛନ୍ତି ଯେ ଆଗକୁ ୧୦୮ ଥର ରକ୍ତ ଦାନ କରିବା ସହ ନିଜର ଅଗଂଦାନ ମଧ୍ଯ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି।