କଂଗ୍ରେସର ଭାରତ ଯୋଡୋ ଯାତ୍ରା ପଂହଚିଲା ରାୟଗଡାରେ

୨୦୨୪ ନିର୍ବାଚନରେ ୯ରୁ ୯୦ ହେବ ପୂରଣ, କ୍ଷମତାକୁ ଫେରିବ କଂଗ୍ରେସ :ପିସିସ ସଭାପତି ଶରତ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରେ ପଂହଚିଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଦଳ ପକ୍ଷରୁ ଘରେ ଘରେ ଜନସଂପର୍କ ଗଢି ତୋଳିବା ସହ ଓଡିଶାର ସଂକଳ୍ପ,କଂଗ୍ରେସ ହିଁ ବିକଳ୍ପର ସ୍ଳୋଗାନ ନେଇ ସମଗ୍ର ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଜାରି ରହିଛି ଭାରତ ଯୋଡୋ ଯାତ୍ରା । କଂଗ୍ରେସ ଯୁବ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଯେଉଁ ଯେଉଁ ରାଜ୍ୟକୁ ପଂହଚି ପାରୁନାହାନ୍ତି ସେହି ରାଜ୍ୟଗୁଡିକରେ ସେଠାକାର ପିସିସି ସଭାପତି ଏହି ଅଭିଯାନକୁ ଆଗେଇ ନେଉଛନ୍ତି । ଏହି କ୍ରମରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ କୋରାପୁଟ ଜିଲ୍ଳାରେ ଯାତ୍ରା ଶେଷ କରି ରାୟଗଡାରେ ପଂହଚିଥିଲେ । ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକଙ୍କ ସହ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ମଧ୍ୟ ଉପସ୍ଥିତ ରହିଥିଲେ ।

ସ୍ଥାନୀୟ କପିଳାସ ଛକ ଠାରେ ପିସିସ ସଭାପତି ଶରତ ପଟ୍ଟନାୟକଙ୍କୁ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ଉପସଭାପତି ସୁନୀଲ କୁମାର ପଣ୍ଡା,ସାଧାରଣ ସଂପାଦକ ଶଙ୍ର୍କଷଣ ମଙ୍ଗରାଜ,ପିସିସି ଉପସଭାନେତ୍ରୀ ରତ୍ନମଣି ଉଲାକା,ସଂପାଦକ ସୀମାଂଚଳ ଉଲାକା,ରାୟଗଡା ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା,ଜିଲ୍ଳା ଯୁବ କଂଗ୍ରେସ ସଭାପତି ଆସଲାମ ଖାନ,ଜଗନ୍ନାଥ ପଣ୍ଡା,ନୀଳମାଧବ ହିକକା,ହୁତାସେନ୍ ନାୟକ,ଭୂଷଣ ବିଡିକା,ଏମ.ଶଙ୍କର ରାଓଙ୍କ ସମେତ ଅନ୍ୟ ଶତାଧିକ କଂଗ୍ରେସ କର୍ମୀ ଏହି ଯାତ୍ରାରେ ସାମିଲ ହୋଇଥିଲେ । ସ୍ଥାନୀୟ କପିଳାସ ଛକ ଠାରୁ ଆରମ୍ଭ କରି ଗଜପତି ଛକ,କଲେକ୍ଟର ବାସଭବନ ଛକ,ରେଳବାଇ ଷ୍ଟେସନ ଛକ ଦେଇ ବୁଦୁରାୱାଲସା ଛକ ପର୍ଯ୍ୟନ୍ତ ଏହି ଯାତ୍ରା କରାଯିବା ପରେ ରାମନାଗୁଡା ଅଭିମୁଖେ ବାହାରିଥିଲା । ଜାତି,ଧର୍ମ,ବର୍ଣ୍ଣ,ନିର୍ବିଶେଷରେ ଭାରତବାସୀ ହେଉଛନ୍ତି ଏକ । ତେବେ କେନ୍ଦ୍ରରେ ଥିବା ବିଜେପି ସରକାର ନିର୍ବାଚନ ବେଳେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିନାହାନ୍ତି । ବେକାର ଯୁବକଙ୍କୁ ଚାକିିରି ଦେବା କଥା ହେଉ ଅଥବା ଦରଦାମ ନିୟନ୍ତ୍ରଣ କଥା । ସେ କିଛି ବି ପ୍ରତିଶୃତି ପାଳନ କରିନାହାନ୍ତି । ସେହିପରି ଓଡିଶାରେ ମଧ୍ୟ ୨୨ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ମଧ୍ୟ କିଛି କରିପାରିନାହାନ୍ତି । ଓଡିଶାକୁ ଏକ ଗରୀବ ରାଜ୍ୟରେ ପରିଣତ କରିଛନ୍ତି ରାଜ୍ୟ ସରକାର । ଗରୀବ ଲୋକେ କାମଧନ୍ଦା ନ ପାଇଁ ଓଡିଶା ମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି କହି ବିଜେଡି ସରକାର ଉପରେ ବର୍ଷିଥିଲେ । କଂଗ୍ରେସ ଅମଳରେ ଲୋକେ ୩୫କିଲୋ ଚାଉଳ ପାଉଥିଲେ ଆଉ ବିଜେଡି ସରକାର ୫କିଲୋ ଚାଉଳ ଦେଇ ବାହା ବାହା ମାରୁଛନ୍ତି । ତେଣୁ ଉଭୟ ସରକାରଙ୍କ ଶୋଷଣ ନୀତିକୁ ଲୋକେ ବୁଝିଗଲେଣୀ । ଆସନ୍ତା ୨୦୨୪ସାଧାରଣ ନିର୍ବାଚନରେ କଂଗ୍ରେସର ୯ରୁ ୯୦ ଅଭିଯାନ ନିଶ୍ଛିତ ସଫଳତା ହାସଲ କରିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢକ୍ତି ପ୍ରକାଶ କରିଛନ୍ତି ।

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ ଏବଂ ବର୍ତମାନ ଆବାସ ତାଲିକାରେ ଅନେକ ବିଜେଡି କର୍ମୀଙ୍କ ନାଁ ସବୁ ବାହାରୁ ଥିବା ବେଳେ ଯଦି ଗରୀବ ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ମିଳେ ତେବେ ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଳାଇବ କଂଗ୍ରେସ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ଏହି ଭାରତ ଯୋଡୋ ଯାତ୍ରାରେ ରାମନାଗୁଡା ଠାରେ ଏକ ବିରାଟ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ୬ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଳା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.