ବୁର୍ଲାରେ ବିଶ୍ଵଶାନ୍ତି ମହାଯଜ୍ଞ ସକାଶେ ପ୍ରସ୍ତୁତି ବୈଠକ

ପ୍ରଚାର ଓ ନିମନ୍ତ୍ରଣ ପତ୍ର ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ବୁର୍ଲା: ଷଷ୍ଠ ବାର୍ଷିକୀ ପଞ୍ଚ କୁଣ୍ଡ ବିଶ୍ଵଶାନ୍ତି ମହାଯଜ୍ଞ ସକାଶେ ଆଜି ସମିତି ସଭାପତି ଦୂତୀ କୃଷ୍ଣ ପାଢୀଙ୍କ ସଭାପତିତ୍ବରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣର ମହାଯଜ୍ଞ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୪ ଫେବୃଆରୀ ରୁ ୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ଵଶାନ୍ତି ମହାଯଜ୍ଞରେ ପୁରୀ ଏବଂ ବିଭିନ୍ନ ସ୍ଥାନରୁ ୨୫ ଜଣ ପଣ୍ଡିତ ଆସିବେ। ପ୍ରତ୍ୟେକ ଦିନ ଅନ୍ନ ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା ରହିବ, ସୁର୍ଯ, ଧେନୁ, ସର୍ବଦେବ ପୂଜା ହେବ। ୨୫ରେ କଳସ ଯାତ୍ରା, ଅଗ୍ନି ସ୍ଥାପନ, ବ୍ରାହ୍ମଣ ବରଣ କାର୍ଯ୍ୟକ୍ରମ ରହିବ। ଏସବୁ କାର୍ଯ୍ୟକ୍ରମର ସଫଳତା ସକାଶେ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ନିମନ୍ତ୍ରଣ ପତ୍ର ଓ ପ୍ରାଚୀର ପ୍ରଚାର ପତ୍ରକୁ କୋଷାଧ୍ଯକ୍ଷ ଚକ୍ରଧର ଚଇନି ଓ ଦୂତୀ କୃଷ୍ଣ ପାଢୀ ଉନ୍ମୋଚନ କରିଥିଲେ। ବୈଠକକୁ ସମ୍ପାଦକ ସୁନୀଲ ଆଚାର୍ଯ ପରିଚାଳନା କରିବା ସହିତ ବିସ୍ତୃତ ସୂଚନା ଦେଇଥିଲେ। ପଣ୍ଡିତ ପ୍ରଫୁଲ୍ଲ କର, ଅମୂଲ୍ୟ ଷଡଙ୍ଗୀ, ଶାନ୍ତନୁ ତ୍ରିପାଠୀ, ସମାଜସେବୀ ପ୍ରଶାନ୍ତ ପାଢୀ, ପ୍ରଦୀପ ପଣ୍ଡା, କ୍ଷୀରୋଦ ନନ୍ଦ, କାହ୍ନୁ ଷଡଙ୍ଗୀ, ଶଶାଙ୍କ ପଣ୍ଡା, ଦୁଲାଲ ପଣ୍ଡା, କବି ପ୍ରମୋଦ ଦାସ, ଭାଗୀରଥୀ ମହାପାତ୍ର, ଅବିନାଶ ଦୀକ୍ଷିତ, ସୁବଳ ସ୍ଵାଇଁ, ଲାଭାଂଶ ଶର୍ମା, ଦେବେଶ ଶର୍ମା, ଶିବ ଚୌଧୁରୀ, ଶାନ୍ତନୁ ନାୟକ ସମେତ ବହୁ ସଂଖ୍ଯାରେ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଚକ୍ରଧର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.