ରିଷିଡାରେ ଜିଲ୍ଲାସ୍ତରୀୟ ଯୁବରେଡକ୍ରସ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତିନି ଦିନିଆ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଦିଲିପ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପି.ଏ.କେ ତ୍ରିପାଠୀ ମୁଖ୍ୟବକ୍ତା, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ସରପଞ୍ଚ ସେବତୀ ରଣା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିବିରାର୍ଥି ମାନେ ଅନ୍ୟର ସେବାପାଇଁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ କଳାହାଣ୍ଡି ଯୁବରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା ଶିବିରର ନୀତିନିୟମ ଉପରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ କନଭେନର ସେକ୍ରେଟାରୀ ସଞ୍ଜିବ କୁମାର ସାହୁ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ଡଃ ଅଜିତ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ହେମନ୍ତ ଚୌଧୁରୀ ସଭା ସଂଯୋଜନା କରିଥିଲେ । କ୍ୟାମ୍ପ ଡାଇରେକ୍ଟର ଅଧ୍ୟାପକ ଗିରିରାଜ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ରେଡକ୍ରସର ପ୍ରତିଷ୍ଠାତା ହେନରୀ ଡିନାଣ୍ଟଙ୍କ ଫଟୋକୃତିରେ ପୁଜାର୍ଚ୍ଚନା ସହ ପତାକା ଉତ୍ତୋଳନ ମୁଖ୍ୟଅତିଥିଙ୍କ ଦ୍ୱାରା ସଂପାଦିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଶିବିରରେ ଭବାନୀପାଟଣା ଉପଖଣ୍ଡର ୭ଟି ବ୍ଲକର ୩୫ଟି କଲେଜ (ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନି) ର ଶିବିରାର୍ଥି ଓ ଗାଇଡ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇଛନ୍ତି । ଦ୍ୱିତୀୟ ଅଧିବେଶନ (ଟେକନିକାଲ ସେସନ) ରେ ରେଡକ୍ରସ ଇତିହାସ ଓ ଫାଷ୍ଟଏଡ ଚିକିତ୍ସା ଉପରେ ତାଲିମ ଦେଇଥିଲେ । ସନ୍ଧ୍ୟାରେ ଶିବିରାର୍ଥି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଶିବିର ତିନିଦିନ ଧରି ଚାଲିବ ବୋଲି ଜଣାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.