ନର୍ଲାରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା; ଏମଏସ ଏକାଦଶ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ଖେଳ ପଡିଆରେ ଗତ ୧୦ ଦିନ ଧରି ଚାଲି ଆସୁଥିବା  କ୍ରିକେଟ ପ୍ରତିଯୋଗିତାର ଉଦଜାପିତ ହୋଇଯାଇଛି। ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବରେ କ୍ରୀଡାବିତ ତ୍ରିଲୋକ୍ୟ ହରପାଲ, ନର୍ଲା ବ୍ଲକ କଂଗ୍ରେସ କମିଟିର ସଭାପତି ତଥା କ୍ରୀଡ଼ାପ୍ରେମୀ ସମୀର ଚାନ୍ଦ ଯୋଗଦାନ କରି ଖେଳାଳି ମାନଙ୍କ ଉତ୍ସାହିତ କରିଥିଲେ। ଫାଇନାଲ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ଏମଏସ ଏକାଦଶ କୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରଯାଇଥିବା ବେଳେ ଉପବିଜେତା ରିଙ୍କୁ ଏକାଦଶକୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଫାଇନାଲ ମ୍ୟାଚରେ ରୁପ୍ରାରୋଡ଼ର ଏମଏସ ଏକାଦଶ ବାଗପୁର ରିଙ୍କୁ ଏକାଦଶକୁ ୩୨ ରନରେ ପରାଜିତ କରି ଚମ୍ପିଅନ ହୋଇଛି। ଏମଏସ ଇଲେଭେନ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇଥିଲା। ଏମଏସ ଏକାଦଶ ନିର୍ଦ୍ଧାରିତ ୧୫ ଓଭର ରେ ୯ ୱିକେଟ ହରାଇ ୧୪୯ ରନ କରି ରିଙ୍କୁ ଏକାଦଶ ସାମନାରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରି ରିଙ୍କୁ ଏକାଦଶ ୧୨ ଓଭର ଖେଳି ୧୧୭ ରନ କରି ଅଲ୍ ଆଉଟ୍ ହେଇଥିଲା। ନର୍ଲା କ୍ରିକେଟ କ୍ଲବର ସଭାପତି ଦିପୁ ପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପ୍ରିୟବ୍ରତ ଚାନ୍ଦ, ମିଳୁ ସେଠି, ଭବାନୀ ଶଙ୍କର ଗୌଡ଼ିଆ, ବିଭୁତି ରଥ ପ୍ରମୁଖ ନର୍ଲା କ୍ରୀକେଟ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଫାଇନାଲ ଖେଳରେ ସ୍କୋରବୋର୍ଡ ଦାୟିତ୍ୱରେ ବିମଲ ସାହାଣୀ ରହିଥିବା ବେଳେ ଯଶୋବନ୍ତ ପୁଝାରୀ, ଅନମୋଲ ଚାନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ସପ୍ତ ପ୍ରଧାନ ଏବଂ କୁମୁଦ ରାଉତ ଅମ୍ପାୟାର ଭାବରେ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ। ଏନସିସି କ୍ରୀକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳୀ ମାନଙ୍କୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି ଓ ଉଜ୍ଜ୍ଵଳ  ଭବିଷ୍ୟତ କାମନା କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.