ଆନ୍ତର୍ଜାତିକ ପୁସ୍ତକ ଦିବସ ଉପଲକ୍ଷେ ଆଲୋଚନା ସଂଧ୍ୟା

ରାୟଗଡ,୨୩/୪ : ସଭ୍ୟତାର ଦିଗବାରିଣୀ ବହି । ମଣିଷର ସ୍ୱାଭିମାନ ହେଉଛି ବହି । ଅନୁସନ୍ଧିତ୍ସ ଓ ପୁଂଜିବୃତ ଆବେଗର ପ୍ରତୀକ ପ୍ରବାହ ହେଉଛି ବହି । ସମୟର ବିଭିନ୍ନ ବ୍ୟତିକ୍ରମ ଧାରାରେ ହିଁ ପ୍ରତ୍ୟେୟ ବାନ୍ଧିଥାଏ ବହି । ଏହାକୁ ବାଦ ଦେଇ ବିକାଶ ଓ ସନ୍ଧୀକାଳର ଚିତ୍ରକୁ ବୁଝି ହୁଏନାହିଁ । ଅତୀତ ସହ ବର୍ତମାନକୁ ଯୋଡିବାରରେ ପ୍ରମୁଖ ଭୂମିକା ନିଭାଇ ଥାଏ ବହି । ଏପ୍ରିଲ ୨୩ ତାରିଖ ଆର୍ନ୍ତଜାତିକ ପୁସ୍ତକ ଦିବସ ଉପଲକ୍ଷେ ରାଜ୍ୟ ଜନଶିକ୍ଷା ଓ ନିରନ୍ତର ଶିକ୍ଷା ସାଧନ କେନ୍ଦ୍ର,ରାୟଗଡ ଠାରେ ଆୟୋଜିତ ହୋଇଥିଲା ଏକ ଆଲୋଚନା ସଂଧ୍ୟା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ତମ୍ଭକାର ଓ ବିଶିଷ୍ଟ ସମାଲୋଚକ ପ୍ରଫେସର ଜ୍ୟୋତି ନନ୍ଦ । ଅଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ ନିମନ୍ତ୍ରିତ ଅତିଥିମାନଙ୍କୁ ବିକାଶର ପୃଷ୍ଠଭୂମିରେ ବହି କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ ବିଷୟରେ ଆଲୋଚନା କରିଥିଲେ ଏବଂ ରାୟଗଡ ସାଧାନ କେନ୍ଦ୍ରର ଆଭିମୁଖ୍ୟ ବିଷୟରେ ଦର୍ଶାଇଥିଲେ । ପ୍ରଫେସର ନନ୍ଦ ନିଜର ଆଲୋଚନା ରଖିବାକୁ ଯାଇ ବ୍ୟକ୍ତି ଜୀବନର ସ୍ୱତନ୍ତ୍ରତା ବହି ମାଧ୍ୟମରେ ପ୍ରକାଶିତ ବୋଲି ମତ ଦେଇଥିଲେ । ଗବେଷକ ଶ୍ରୀରଙ୍ଗ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଳାର ଇତିହାସ ଉପସ୍ଥାପନ କରିଥିଲେ ।

ଡମ୍ବୁରୁଧର ପଟ୍ଟନାୟକଙ୍କ ‘ନଈର ନାଁ ନାଗାବଳୀ’ , ଦ୍ୱିତୀଚନ୍ଦ୍ର ସାହୁଙ୍କ ‘ନଈର ନାଁ ବଂଶଧାରା’ ଓ ନିରଂଜନ ନାୟକଙ୍କ ‘ଆଦିବାସୀ ଲୋକ ସଂସ୍କୃତି ଓ ପେଙ୍ଗ ପରଜା’ ବହି ଉନ୍ମୋଚିତ

ଆନ୍ତର୍ଜାତିକ ପୁସ୍ତକ ଦିବସ ଅବସରରେ ରାୟଗଡ ଜିଲ୍ଳାର ଲୋକପ୍ରିୟ ଯୁବ ଲେଖକ ନିରଂଜନ ନାୟକଙ୍କ ଗବେଷଣା ଓ ଆଲୋଚନାଧର୍ମୀ ପୁସ୍ତକ ‘ଆଦିବାସୀ ଲୋକ ସଂସ୍କୃତି ଓ ପେଙ୍ଗ ପରଜା’ର ଲୋର୍କାପଣ କରାଯାଇଥିଲା । ନିଜ ପ୍ରତିକ୍ରିୟାରେ ନିରଂଜନ କହିଥିଲେ ଯେ, ପେଙ୍ଗ ପରଜାଙ୍କ ଭାଷା ଦିନକୁ ଦିନ ସଙ୍କଟର ସମ୍ମୁଖୀନ । ଏହି ବହିରେ ପ୍ରକାଶନ ପେଙ୍ଗ ପରଜା ଜନ ସମୁଦାୟର ପରିଚୟକୁ ଆହୁରୀ ରୁଦ୍ଧିମନ୍ତ ହେବାରେ ଉପାଦେୟ ହେବ । ଏହା ମୋ ଲେଖକୀୟ ଆତ୍ମା ପ୍ରତି ବଡ ସୈାଭାଗ୍ୟର ବିଷୟ । ଏହା ବ୍ୟତୀତ ଡମ୍ବୁରଧର ପଟ୍ଟନାୟକଙ୍କ ‘ନଈର ନାଁ ନାଗାବଳୀ’ ଓ ଦ୍ୱିତୀଚନ୍ଦ୍ର ସାହୁଙ୍କ ‘ନଈର ନାଁ ବଂଶଧାରା’ ପୁସ୍ତକ ମଧ୍ୟ ଲୋକାର୍ପିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବିଶିଷ୍ଠ ଶିକ୍ଷାବିତ୍ ଡ. ପ୍ରକାଶ ସେନାପତି । ସାଧନ କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଶୁତୋଷ ପାତ୍ର, ନିରଂଜନ ନାୟକ, ଡମ୍ବୁରୁଧର ପଟ୍ଟନାୟକ, ଦ୍ୱିତୀଚନ୍ଦ୍ର ସାହୁ, ଡ. ରାଜେନ୍ଦ୍ର ପାଢୀ, ସୂର୍ଯ୍ୟମଣି ତ୍ରିପାଠୀ, ସସ୍ମିତା ମିଶ୍ର, ତ୍ରିବେଣୀ ମିଶ୍ର, ପଦ୍ମିନୀ ମିଶ୍ର, ହେମଲତା ସାହୁ, ବିପିନ ବିହାରୀ ବାରିକ, ରତ୍ନାକର ସାହୁ, ଭଗବାନ ଗୈାଡ, ଶ୍ରୀରଙ୍ଗ ନାୟକ, ଶ୍ରୀଧର ନାୟକ, ଦିବ୍ୟପ୍ରକାଶ ରଥ, ଲୋକନାଥ ପଣ୍ଡା, କୁମୁଦଚନ୍ଦ୍ର ମିଶ୍ର, କେ.ଆନନ୍ଦ ରାଓ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.