କୁମୁଦ ଚନ୍ଦ୍ର ପୁଝାରୀ ପାଇଲେ ଆଦିବାସୀ ପ୍ରତିଭା ସମ୍ମାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜନଜାତି ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ଲକ୍ଷ୍ୟନେଇ ଫେବୃଆରୀ ୨୦ ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଆଦିବାସୀ ମେଳା। ଏଥିରେ କଳାହାଣ୍ଡି ଜିଲ୍ଲାର ୫ଜଣଙ୍କ ସମେତ ରାଜ୍ୟର ମୋଟ ୧୮ଜଣ ଜନଜାତି ପ୍ରତିଭାବାନ ବ୍ୟକ୍ତିବିଶେଷ ‘ଆଦିବାସୀ ପ୍ରତିଭା’ ସମ୍ମାନରେ ସମ୍ମାନିତ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୧ ବୁଧବାର ଏହି ମେଳାର ଉଦଜାପନୀ ସମାରୋହରେ ଓଡ଼ିଶା ସରକାରଙ୍କ ଆଦିବାସୀ ଉନ୍ନୟନ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଗ୍ରାମର କୁମୁଦ ଚନ୍ଦ୍ର ପୁଝାରୀଙ୍କୁ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ। ଭତରା ଜନଜାତିର ଶ୍ରୀ ପୁଝାରୀ ଆଦିବାସୀ ଲୋକ ନୃତ୍ୟର ଜଣେ ସୁଦକ୍ଷ ବିନ୍ଧାଣି। ଏହାସହ ଲୋକ ସଂସ୍କୃତି, ଲୋକ କଳା, ଲୋକ ସାହିତ୍ୟ ଆଦିର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେ ଏକା ଧାରରେ ଜଣେ କବି, ଲେଖକ, ଲୋକ କଳାକାର, ଆଦିବାସୀ ସଂସ୍କୃତିର ପ୍ରଚାରକ ଓ ଜଣେ ସୁସଂଗଠକ। ସମାଜ ଓ ଲୋକ ସଂସ୍କୃତି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। କୁମୁଦ ଚନ୍ଦ୍ର ପୁଝାରୀ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିବାରୁ ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.