ଖେତୁପଡାରେ ଇଣ୍ଡୋ-ଗ୍ଲୋବାଲ ସୋସିଆଲ ସାର୍ଭିସ ସୋସାଇଟି ପକ୍ଷରୁ ପାରମ୍ପରିକ ଖାଦ୍ୟ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଇଣ୍ଡୋ-ଗ୍ଲୋବାଲ ସୋସିଆଲ ସାର୍ଭିସ ସୋସାଇଟି ପକ୍ଷରୁ ଆଜି ମାର୍ଚ୍ଚ ୩ ଶୁକ୍ରବାର ଦିନ ନର୍ଲା ବ୍ଲକ ଅନ୍ତର୍ଗତ ଖେତୁପଡାଠାରେ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ସିଡିପିଓ ନିବାସିନୀ ବିଶ୍ବାଲ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ଇଣ୍ଡୋ-ଗ୍ଲୋବାଲ ସୋସିଆଲ ସାର୍ଭିସ ସୋସାଇଟିର ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ, ସୁପୋଷଣର ଗ୍ରାମୀଣ କାର୍ଯ୍ୟକ୍ରମ ସଂଯୋଜକ ଅମ୍ବରିଶ ମିଶ୍ର, ଜିଲ୍ଲା ଜଳ ପରିମଳ ମିଶନ କନସଲେଣ୍ଟ ଅନାମିକା ପଧାନ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ସୁପରଭାଇଜର କୁନ୍ତଲତା ନାଗ ଓ ସଂଘମିତ୍ରା ପଟ୍ଟନାୟକ, ମିଶନ ଶକ୍ତି ବିପିସି ରୋହିତ ବିଶ୍ବାଲ, ବିପିସି ଜଗଦୀଶ ପ୍ରସାଦ ରଣା, ଗିଗିନା ସରପଞ୍ଚ ସୁଧାମୟୀ କୁମାର,  ଟକର୍ଲା ସମିତି ସଭ୍ୟା ବୁଇରାଣୀ ବିଶ୍ବାଲ, ଏନଆରଏଚଏମ ସୂର୍ଯ୍ୟ ନାରାୟଣ ଆଚାରୀ, ଏଏନଏମ ଅର୍ଣ୍ଣ ମାଝୀ, ପ୍ରମୁଖ ଉପସ୍ଥିତ ରହି ସୁପୋଷଣ ଏବଂ ଇଣ୍ଡୋ-ଗ୍ଲୋବାଲ ସୋସିଆଲ ସାର୍ଭିସ ସୋସାଇଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ନର୍ଲା କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଖାଦ୍ୟମେଳା ଏବଂ ପାରମ୍ପରିକ ଶସ୍ୟ ପ୍ରଦର୍ଶିତ ହୋଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, ଇଣ୍ଡୋ-ଗ୍ଲୋବାଲ ସୋସିଆଲ ସାର୍ଭିସ ସୋସାଇଟି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ମିଲେଟ ମିଶନ ଓ ମ.ରାମପୁର ଏବଂ ନର୍ଲା ବ୍ଲକରେ ସୁପୋଷଣ କାର୍ଯ୍ୟକ୍ରମ ଜାରି ରଖିଛି। ଅଞ୍ଚଳରୁ କୁଷୋଷଣ ଦୂର କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଇଣ୍ଡୋ-ଗ୍ଲୋବାଲ ସୋସିଆଲ ସାର୍ଭିସ ସୋସାଇଟି ପକ୍ଷରୁ ମତ ପ୍ରକାଶ ପାଇଛି। ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ କର୍ଲାମୁଣ୍ଡା ପ୍ରଦୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଗ୍ରାମୀଣ ସଂଯୋଜକ ଜିତେନ୍ଦ୍ର ଭୋଇ, ମଞ୍ଜୁ ସୁନା, ଡିଲେଶ୍ବର ଗଉଡ, ପୁଷ୍ପଲତା ବାରିକ, ଖେତୁପଡା ଗ୍ରାମର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିନୋଟି ବ୍ଲକର ଅନେକ କୃଷକ ଉତ୍ପାଦିକା ଗୋଷ୍ଠୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନେକ ଜନସାରଣ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.