ୱାର୍ଲ୍ଡ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତ ପାଇଁ କଣ ରହିଛି ସମୀକରଣ?

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଅଷ୍ଟ୍ରେଲିଆ ନିକଟରୁ ତୃତୀୟ କ୍ରିକେଟ ଟେଷ୍ଟ ହାରିବା ପରେ ଭାରତ ପାଇଁ ୱାର୍ଲ୍ଡ ସିରିଜ ଫାଇନାଲରେ ପ୍ରବେଶ କରିବାରେ ଅସୁବିଧା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆସନ୍ତୁ ଜାଣିବା ଟିମ ଇଣ୍ଡିଆ ପାଇଁ କଣ ରହିଛି ସମୀକରଣ । ପରାଜୟ ଯୋଗୁ ଭାରତ ପାଖରେ ୬୦.୨୯ ପ୍ରତିଶତ ଅଙ୍କ ରହିଛି । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଭାରତ ବିଜୟ ହାସଲ କଲେ ସହଜରେ ଫାଇନାଲରେ ପ୍ରବେଶ କରିପାରିବ । ଯଦି ଏଥିରେ ହାରିଯାଏ କିମ୍ବା ମ୍ୟାଚ ଡ୍ର ରହିଯାଏ ତାହାହେଲେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ । ଏହି ପରିସ୍ଥିତିରେ ଭାରତକୁ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ । ନ୍ୟୁଜିଲାଣ୍ଡ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଗୋଟିଏ ବିଜୟ କିମ୍ବା ଡ୍ର ରଖିଲେ ଏହା ପରୋକ୍ଷରେ ଭାରତକୁ ସହାୟ ହେବ । ଶ୍ରୀଲଙ୍କା ୨ଟି ଯାକ ଟେଷ୍ଟ ଜିତିଲେ ଭାରତକୁ ପଛରେ ପକାଇ ଫାଇନାଲରେ ପ୍ରବେଶ କରିବ । ଅବଶ୍ୟ ଭାରତ ଏତେ କଥା ବିଚାରକୁ ନ ନେଇ ଅନ୍ତିମ ଟେଷ୍ଟ ଜିତିବା ଉପରେ ନଜର ଦେବ ବୋଲି ଆଶା କରାଯାଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.