ମୋଟର ପମ୍ପ ଚୋରି; ୩ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୋଟର ପମ୍ପ ଚୋରି ଅଭିଯୋଗରେ କୋକସରା ଥାନା ପୁଲିସ ମଙ୍ଗଳବାର ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୁଣ୍ଟିଆ ଗ୍ରାମର ଉପେନ୍ଦ୍ର ପଟେଲ, ମହେନ୍ଦ୍ର ପଟେଲ ଓ ଗୟଲ ଧରୁଆ। ସୂଚନା ଅନୁସାରେ, କୋକସରା ଥାନା ଖୁଣ୍ଟିଆ ଗ୍ରାମର ଉଦ୍ଧବ ମେହର ନିଜ ଚାଷଜମିରୁ ମୋଟର ଚୋରି ହେଇଥିବା ନେଇ ଗତ ୧୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ କୋକସରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ଚୋରି ଘଟଣାରେ ଖୁଣ୍ଟିଆ ଗ୍ରାମର ଗୟଲ ଧରୁଆ, ଉପେନ୍ଦ୍ର ପଟେଲ ଓ ମହେନ୍ଦ୍ର ପଟେଲଙ୍କୁ ଆଟକ ରଖି ପଚରାଉଚରା କରିଥିଲେ। ଏବଂ ତଦନ୍ତ ପରେ ମଙ୍ଗଳବାର ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ପରେ କୋର୍ଟ ଚାଲାଣ କରାଯାଇଥିବା ଏଏସଆଇ ଭରତ ଲାଲ ଏହୀର ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.