ମାଗଣା ଚକ୍ଷୁ ଅପରେସନ ପରେ ରୋଗୀଙ୍କୁ ପରୀକ୍ଷା କରି ଡ୍ରପ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ପୁରୁଣା ଏମ.ଇ. ସ୍କୁଲ ପରିସରରେ ସଇଁତଲା ଯୁବ ସ୍ୱେଚ୍ଛାସେବୀ ଓ ଟିଟିଲାଗଡ଼ ଏସ.ସି.ଡ଼ି. ଆଇ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଟିଟିଲାଗଡ଼ ଏସ.ସି.ଡ଼ି ବିଭାଗର ଡାକ୍ତର ପ୍ରଣତି ସାହୁ, ନିର୍ଦେଶକ ମୋହିତ କୁମାର ଦାସ, କୋଡିନେଟର ଶୈଳେନ୍ଦୁ ନନ୍ଦ , ଟେକ୍ନିସିୟନ ପ୍ରାଣରଞ୍ଜନ ସାଗର , ରଶ୍ମିତା ତାଣ୍ଡି, ନର୍ସ ସୁନେମିଆ ନନ୍ଦ, ପ୍ରମିଳା ଦାସ ଓ ରମେଶ ବାଗ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ଉକ୍ତ ଶିବିରରେ ୨୧୮ ଜଣଙ୍କ ପଞ୍ଜିକରଣ କରିଥିବା ୪୧ଜଣଙ୍କୁ ଚକ୍ଷୁ ପରୀକ୍ଷା କରି ଚଷମା ପ୍ରଦାନ କରିଥିଲେ। ଏଥିରେ ୪୫ ଜଣଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ଟିଟିଲାଗଡ଼ ଏସ.ସି.ଡ଼ି. ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଅପରେସନ କରିବା ୮ ଦିନ ପରେ ବୁଧବାର ଟିଟିଲାଗଡ଼ ଏସ.ସି.ଡ଼ି. ବିଭାଗରୁ ଏକ ଟିମ ଆସି ଚକ୍ଷୁ ଅପରେସନ କରିଥିବା ରୋଗୀ ମାନଙ୍କୁ ଚିକିତ୍ସା କରି ଚକ୍ଷୁ ଡ୍ରପ ପ୍ରଦାନ କରିଥିଲେ। ଏହି ଡ୍ରପ ୧୫ ଦିନ ପଯ୍ୟନ୍ତ ୬ ଡ୍ରପ ପୁଣି ୧୫ ଦିନ ପଯ୍ୟନ୍ତ ୩ ଡ୍ରପ ରୋଗୀମାନଙ୍କୁ କହିଥିଲେ। ଆସନ୍ତା ଏପ୍ରିଲ ୨୫ ଦିନ ପୁଣି ପରୀକ୍ଷା କରି ଚଷମା ଦିଆଯିବ ବୋଲି ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ପୂର୍ବତନ ସମିତି ସଭ୍ୟ ଛନ୍ଦାଚରଣ ବେହେରା, ରାଜା ପଟ୍ଟନାୟକ, ସାମ୍ବାଦିକ ପ୍ରମୋଦ ସେଲମା, ରାଜା ବୈଠାରୁଙ୍କ ସମେତ ସ୍ଥାନୀୟ ଯୁବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.