ପ୍ରସାଦ ଟେକ୍ନୋ ସ୍କୁଲର ୯ମ ବାର୍ଷକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାସ୍ଥିତ ପ୍ରସାଦ ଟେକ୍ନୋ ସ୍କୁଲର ୯ମ ବାର୍ଷିକ ଉତ୍ସବ ସ୍ଥାନୀୟ ତେଜସ୍ୱୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ପି.ରାଜ କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍କୁଲର ଏମଡି ଜି.ଭି.ପ୍ରସାଦ, ସମ୍ମାନୀତ ଅତିଥି ଭାବେ ସ୍କୁଲର ନିର୍ଦ୍ଦେଶିକା ଜି.ତ୍ରିବେଣୀ ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଅଧ୍ୟୟନ କଲେ ଜୀବନରେ ସଫଳତାର ଶୀର୍ଷରେ ପହଂଚିପାରିବେ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପାଠପଢା ସହ ଅନ୍ୟାନ୍ୟ ଆକ୍ଟିଭିଟିରେ ବି ନିଜକୁ ସାମିଲ କରିବାକୁ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍କୁଲର ଶିକ୍ଷୟିତ୍ରୀ ଗାୟତ୍ରୀ ମହାନ୍ତି ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Udyog Nursery
Udyogi Nursery

ଏହାସହ ଚଳିତ ଏକାଡେମୀକ ବର୍ଷରେ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବି ପୁରସ୍କୃତ କରାଯାଇଥିଲା । କେଜି, ନର୍ସରୀ ଠାରୁ ଆରମ୍ଭ କରି ଦଶମ ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ କେ.ଜି.ବିଜୟା, ମଞ୍ଜରୀ ପଟ୍ଟନାୟକ,ସବିତା ପଟ୍ଟନାୟକ, ସୀତାଶୁଂ ବ୍ରହ୍ମା, କେ.ବରଲକ୍ଷ୍‌ମୀ, ଲୋପା ପାଣିଗ୍ରାହୀ ପ୍ରମୁଖ ମିଳିତ ଭାବେ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.