ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ଅଘଟଣ। କୂଅରେ ପଡ଼ି ଦୁଇଟି ଶିଶୁଙ୍କ ଜୀବନ ଚାଲିଗଲା । ଦୁଃଖଦ ଖବର ଆସିଛି ବିରମହାରାଜପୁରରୁ । କଲ୍ଲୋଳ ମିଶ୍ରଙ୍କ କୁଅରେ ପଡି ୨ଶିଶୁ କନ୍ୟା ମୃତ । ସେମାନେ ହେଲେ ଆଲୋକ ମିଶ୍ରଙ୍କ ଝିଅ ଦିଶା ମିଶ୍ର(୨ବର୍ଷ)ଏବଂ ସଂଗ୍ରାମ ଶତପଥିଙ୍କ ଝିଅ ସିଦ୍ଧିଶ୍ରୀ ଶତପଥି । ଖେଳୁଥିବା ବେଳେ ଘର ପଛରେ ଥିବା ୨ଶିଶୁ କୁଅରେ ପଡିଯାଇଥିଲେ । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀମାନେ ପହଂଚି ଦୁଇ ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ସେମାନଙ୍କୁ ବିରମହାରାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଜଣେ ଗୁରୁତରଙ୍କୁ ସୋନପୁର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣଙ୍କୁ ବରଗଡ ନିଆଯାଇଥିଲା ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।