କର୍ଲାମୁଣ୍ଡାରେ ସବ ରେଜେଷ୍ଟ୍ରି ଅଫିସ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆଜି କର୍ଲାମୁଣ୍ଡା ତହସିଲ ଅଫିସ ପରିସରରେ ନୂତନ ଭାବେ ସବ ରେଜେଷ୍ଟି ଅଫିସ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଉଦଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ତହସିଲଦାର ମିଳନ କୁମାର ଝାଙ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ସୁଚରିତା ମୁଗ୍ରୀ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟାକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସହକାରୀ ପବ୍ଲିକ ପ୍ରସିକ୍ୟୁଟର ନିରଞ୍ଜନ ନନ୍ଦ, ପୂର୍ବତନ ସରପଞ୍ଚ ଶଶିଭୂଷଣ ସାହୁ, ଆଇନଜୀବୀ ସତ୍ୟନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆଇନଜୀବୀ ଦଶରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଉଦଘାଟନ ଦିବସରେ ୨୪ ଟି ଜମିଜମା ରେଜେଷ୍ଟ୍ରି କରାଯାଇଥିଲା । ପ୍ରକାଶଥାଉକି ଏହି ବ୍ଲକ ବାସୀ ଦୀର୍ଘ ତିରିଶ କିମି ଦୂର ମ.ରାମପୁର ଯାଇ ବହୁ ହଇରାଣ ହରକତ ହେଉଥିଲେ । ବିଧାୟକଙ୍କ ଉଦ୍ୟମ ହେତୁ ଆଜି ଏକ ସାଙ୍ଗେ କର୍ଲାମୁଣ୍ଡା ଓ ନର୍ଲା ରେ ସବ ରେଜେଷ୍ଟ୍ରି ଅଫିସ ଖୋଲିଛି । ଫଳରେ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.