ଭକ୍ତିମୟ ପରିବେଶ ମଧ୍ୟରେ ରୁପ୍ରାରୋଡରେ ହନୁମାନ ଜୟନ୍ତୀ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ରାମ ଭକ୍ତ ଶ୍ରୀ ହନୁମାନଙ୍କ ଜନ୍ମ ଜୟନ୍ତୀ ଆଜି ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ରୁପ୍ରାରୋଡ ବସ୍ତିରେ ପାଳନ କରାଯାଇଛି । ଚୈତ୍ର ପୂର୍ଣ୍ଣିମା ଶ୍ରୀ ହନୁମାନଙ୍କ ଜନ୍ମ ଦିବସ ହୋଇଥିବାରୁ ଶ୍ରୀ ହନୁମାନ ଜନ୍ମୋତ୍ସବ କମିଟି ରୁପ୍ରାରୋଡ ଏନେଇ ବିଶେଷ ଆୟୋଜନ କରିଥିଲା । ଗୁରୁବାର ଦିନତମାମ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତି ଶ୍ରୀ ହନୁମାନଙ୍କ ଜୟନ୍ତି ପାଇଁ ଭକ୍ତିରସରେ ମଜ୍ଜି ରହିଥିଲା । ସ୍ଥାନୀୟ ଦୁର୍ଗା ମଣ୍ଡପରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ନିଷ୍ଠାର ସହ ଅଖଣ୍ଡ ହନୁମାନ ଚାଳିଶା ଜପ ଚାଲିଥିଲା । ରୁପ୍ରାରୋଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଗଣେଶ ପୃଷ୍ଟି ହନୁମାନ ଚାଳିଶା ପାଠ କରିଥିବାବେଳେ ଶ୍ରୀ ହନୁମାନ ଜନ୍ମୋତ୍ସବ କମିଟିର ଅଶୋକ କମାନୀ, ଅମିତ ଶର୍ମା, ଅନିଲ ଅଗ୍ରୱାଲ ପ୍ରମୁଖ ଜପରେ ସହଯୋଗ କରିଥିଲେ । ଏହି ଅବସରରେ ସନ୍ଧ୍ୟା ୫ ଘଣ୍ଟା ସମୟ ଶ୍ରୀ ହନୁମାନଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ରଥରେ ଉପବେଶନ କରାଇ ନଗର ପରିକ୍ରମା  କରାଯାଇଥିଲା । ଏହି ଶୋଭାଯାତ୍ରାରେ ରୁପ୍ରାରୋଡ଼ବାସୀ ତଥା ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । କଥିତ ଅଛି ଶ୍ରୀ ହନୁମାନଙ୍କ ଆଶିର୍ବାଦ ପ୍ରାପ୍ତ ହେଲେ ମନୁଷ୍ୟ ଜୀବନରେ ସମସ୍ତ ବାଧାବିଘ୍ନ ଅନାୟାସରେ ପାରି ହୋଇ ଯାଇଥାଏ । ପବନ ତନୟ ଶ୍ରୀ ହନୁମାନ ନିଜ ଭକ୍ତଜନଙ୍କ ଉପରେ ବିଶେଷ କୃପା କରିଥାନ୍ତି । ଏହି ବିଶ୍ବାସ ନେଇ ଆଜି ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ରାମ ଭକ୍ତ ହନୁମାନଙ୍କ ଉପାସନାରେ ନିମଗ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ମୋଟାମୋଟି ଭାବରେ କହିବାକୁ ଗଲେ ହନୁମାନ ଜୟନ୍ତିରେ ଉତ୍ସବମୁଖର ହୋଇଉଠିଥିଲା ରୁପ୍ରାରୋଡ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.