୭୨ବର୍ଷରେ ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ା ଶ୍ରୀରାମ ଲୀଳା

ଏକତାର ସୂତ୍ରଧର ହେଉଛି ରାମଲୀଳା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନିରବଚ୍ଛିନ୍ନ ଭାବରେ ସାଂସ୍କୃତିକ ଧାରା ବଜାୟ ରଖିବା ଏକ କଷ୍ଟ ସାଧ୍ୟ ବ୍ୟାପାର । କିନ୍ତୁ ସଂସ୍କୃତି ପ୍ରତି ଗଭୀର ରୁଚି ଏବଂ ନିଷ୍ଠା ଏଭଳି ଏକ ପ୍ରବହମାନ ଧାରାକୁ ଆଗକୁ ନେଇଥାଏ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଂଟା ପଂଚାୟତର ଡ଼ଙ୍ଗାବାହାଲ-ଡ଼ୁମେରଗୁଡ଼ାର ପ୍ରସିଦ୍ଧ ରାମଲୀଳା । ଚଳିତ ବର୍ଷ ଏହି ରାମଲୀଳା ୭୨ବର୍ଷରେ ପଦାର୍ପଣ କରିଛି । ୧୯୫୨ ମସିହାରୁ ଆରମ୍ଭ ହେଇଥିବା ଏହି ରାମଲୀଳା ଏବେ ବି ଜାରୀ ରହିଛି । ଶ୍ରୀ ରାମଜୀଉ ନାଟ୍ୟ କଳା ପରିଷଦ ଡ଼ଙ୍ଗାବାହାଲ, ଡ଼ୁମେରଗୁଡ଼ା ଦ୍ୱାରା ପ୍ରଥମେ ୧୯୫୨ ରୁ ୧୯୬୫ (ପ୍ରଥମ ଚଉଦ ବର୍ଷ) ସଂପନ୍ନ ହେଇଥିବାବେଳେ ଏହି ମହାନ ଇତିହାସର ପ୍ରଥମ ନିର୍ଦ୍ଦେଶକ ହନୁ ପ୍ରସାଦ ସାହୁ, ଲେଖକ ସଦାଶିବଙ୍କ ରାମଲୀଳାକୁ ଜୀବନ୍ତ ଅଭିନୟ କରିଥିଲେ ମୁଖ୍ୟ କଳାକାର ବଙ୍ଗାଳୀ ବିଶ୍ୱାଳ, ହୃଷିକେଶ ବିଶ୍ୱାଳ, ବୁଧୁ ନାଏକ, ଖଗେଶ୍ୱର ସାହୁ, ସୁଜନ କୁମୁରା ପ୍ରମୁଖ । ଦ୍ୱିତୀୟ ପର୍ଯ୍ୟାୟ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ହେଇଥିବାବେଳେ ନିର୍ଦ୍ଦେଶନା ହନୁ ପ୍ରସାଦ ସାହୁ ନିର୍ବାହ
କରିଥିବାବେଳେ ଏଥିରେ ମୁଖ୍ୟ କଳାକାର ଘାସିରାମ ସାହୁ, ପବିତ୍ର ବିଶ୍ୱାଳ, ବୁଦୁଙ୍ଗ ସାହୁ, ତପି ପାତ୍ର, ରବି କଅଁର,  କଦଳୀ ଧରୁଆ ପ୍ରମୁଖ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଠିକ୍ ସେହିପରି ୧୯୮୦ ରୁ ୧୯୯୩ (ପଂଚମ ପର୍ଯ୍ୟାାୟ) ରେ ନିର୍ଦ୍ଦେଶନା ବିଭୀଷଣ ନାଏକ, ଡ଼ଙ୍ଗାବାହଲ ଓ ମୁଖ୍ୟ କଳାକାର: ଦିଗାମ୍ବର ନାଏକ, ଥବିର ବାଗ, ରାମ ପ୍ରସାଦ ସାହୁ, ହୃଷିକେଶ ସାହୁ, ଶତୃଘ୍ନ ପାତ୍ର ଏହି ଧାରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ସମୟରେ ୧୯୯୪ ରୁ ୨୦୦୭ (ଷଷ୍ଠ ପର୍ଯ୍ୟାୟ) ମଧ୍ୟ ନିର୍ଦ୍ଦେଶନା ବିଭୀଷଣ ନାଏକ ଭାର ସମ୍ଭାଳି ଥିଲେ ଏବଂ ଏହି ଚଉଦବର୍ଷ ମଧ୍ୟରେ ମୁଖ୍ୟ କଳାକାର: ହରିହର ପାତ୍ର, ଅଖିଲ ନାଏକ, କର୍ଣ୍ଣ କଅଁର, କ୍ଷମାନିଧି ପଧାନ, ସୁକାସନ ସାହୁ ନିଜ ନିଜ ବ୍ରତ ପାଳନ ସହିତ ରାମଲୀଳା ମହୋତ୍ସବ ଚାଲୁ ରଖିଥିଲେ ।

Udyog Nursery
Udyogi Nursery

୨୦୦୮ରୁ ୨୦୨୧ (ସପ୍ତମ ପର୍ଯ୍ୟାୟ) ତୃତୀୟ ଥର ପାଇଁ ନିର୍ଦ୍ଦେଶନା ବିଭୀଷଣ ନାଏକ ଦେଇଥିଲେ । ଏଥିରେ ମୁଖ୍ୟ କଳାକାର କରୁଣାକର ସାହୁ, ଶରଣ ବିଶ୍ୱାଳ, ଝସକେତନ ପଧାନ, ମଦନ ପଧାନ, ନିରଞ୍ଜନ ସାହୁ ପ୍ରମୁଖ ଏହି ସମୟରେ ନିଜର କଳାଚାତୁରୀ ପ୍ରଦର୍ଶନ କରିଥିଲେ । ସଂପ୍ରତି ଅତ୍ୟାଧୁନିକ ଯୁଗରେ ଯୁଗସହ ତାଳ ଦେଇ ୨୦୨୨ ରୁ ଅଷ୍ଟମ ପର୍ଯ୍ୟାୟ ଆରମ୍ଭ ହେଇଥିବାବେଳେ ଲେଖକ ଓ ନିର୍ଦ୍ଦେଶନା ଦାୟିତ୍ୱରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ସୁରେନ୍ଦ୍ର ମିଶ୍ର ରହିଛନ୍ତି । ଚଳିତ ଥର ଏହି ମହାନ ରାମଲୀଳା ମହୋତ୍ସବରେ ମୁଖ୍ୟ କଳାକାର ଭାବେ ପୁଷ୍ପେନ୍ଦ୍ର ସାହୁ, ମାନସ ରଂଜନ ପଧାନ, ନିବାସ ପାତ୍ର, ଉଦିତ ପାତ୍ର, ପ୍ରିୟ ରଂଜନ ସାହୁ ପ୍ରମୁଖ ନିଜ ନିଜ ଅଭିନୟ ଚାତୁରୀ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉଛନ୍ତି । ୭୨ବର୍ଷର ଏହି ଧର୍ମୀୟ ଧାରା ଏଇ ଗାଁକୁ ଆଜି ବି ଏକତାର ସୂତ୍ରରେ ବାନ୍ଧି ରଖିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗାଁର ରାମଲୀଳାରେ ଅଗଣିତ ଦର୍ଶକଙ୍କ ସମାଗମ ହେଉଥିବା
ଦେଖାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.