ମ.ରାମପୁର ରାମ ଲୀଳା ମହୋତ୍ସବ: ପ୍ରଥମ ଦିନରେ ଦର୍ଶକଙ୍କୁ ବାନ୍ଧି ରଖିଲା ଆଦ୍ୟ କାଣ୍ଡ, ଆଜି ମଞ୍ଚସ୍ଥ ହେବ ଅଯୋଧ୍ୟା କାଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମ ଲୀଳାର ପ୍ରଥମ ତଥା ଉଦଘାଟନୀ ରଜନୀରେ ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକ ର ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଯୋଗ ଦେଇଥିଲେ । ସଭାପତି ଜୀବେଶ୍ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଞ୍ଚ ପୂଜନ ତଥା ଶୁଭ ଉଦ୍ଘାଟନ କରା ଯିବା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଶ୍ରୀ ରାମ ଲୀଳା ବନ୍ଦନା ଗୀତ ଉନ୍ମୋଚିତ ହେଇଥିଲା । ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ପବନ ମହାଳିକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ବ୍ଲକ ଚନ୍ଦ୍ରପୁରର କଳାକାର ଶରତ କୁମାର ପୁଟେଲଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପିକା ଲିପ୍ସାମୟୀ ଦୁବେ ମାନପତ୍ର ପଠନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ମଞ୍ଚ ଉଦ୍ଘାଟନ ପରେ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ରାମ ଲୀଳାର ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେଇଥିଲା । ବିଭିନ୍ନ ଭୂମିକା ଯଥା ନାରଦ: ଦିଲିପ୍ ତ୍ରିପାଠୀ, ବ୍ରହ୍ମା: ଅରୁଣ ହାତୀ, ଶିବ: ବିକାଶ ଆଚାର୍ଯ୍ୟ, ରତ୍ନାକର/ବାଲ୍ମୀକି: ରଞ୍ଜନ ମହାରଣା, ଅନ୍ଧକ: ଶ୍ରୀପତି ପଟ୍ଟନାୟକ, ସତ୍ୟବତୀ: କେଶବ ଦାଣ୍ଡିଆ, ଶ୍ରବଣ କୁମାର : ପ୍ରଦୀପ ସିଂ, ବେଦମତୀ: ବିପ୍ର ମାଝୀ, ରାବଣ: ସାଇ ପ୍ରସାଦ ମହାରଣା, ଦଶରଥ: ବୀରେନ୍ଦ୍ର ରଥ, ବଶିଷ୍ଠ: ଡମ୍ବରୁ ଧର ଭୋଇ, ବିଶ୍ଵାମିତ୍ର: ବିଶେଶ୍ୱର ମହାନ୍ତି, ରାମ: ଅମନ୍ ରାୟଗୁରୁ ଜୀବନ୍ତ ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ ( ଭୁବନେଶ୍ୱର) ଓ କଣ୍ଠ ଦାନ କରିଥିଲେ ସନ୍ତୋଷ କୁମାର ଦୂବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତି ରେଖା ପାଢ଼ୀ, ବାଦ୍ୟ ଯନ୍ତ୍ର ରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ସୁନିଲ ବିଭାର,ପ୍ରଶାନ୍ତ ସାହୁ । ରୂପ ସଜ୍ଜା ଦୀନବନ୍ଧୁ ମହାରଣା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଲଳିତ ମହାଳିକ, ବରିଷ୍ଠ ସଦସ୍ୟ ମିହିର କୁମାର ଦୁବେ, ଶରତ ଚନ୍ଦ୍ର ମହାରଣା, ଚିତ୍ତ ରଂଜନ ବାଗ, ସନାତନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଆଜି (ଶନିବାର) ଏହି ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳାର ଦ୍ଵିତୀୟ ଦିନରେ “ଅଯୋଧ୍ୟା କାଣ୍ଡ” ଅଭିନୀତ ହେବ ବୋଲି ଜୟନ୍ତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.