ଡମ୍ ସମାଜ ପକ୍ଷରୁ ସିନାଙ୍ଗଠାରେ ଡ଼ଃ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଡମ ସମାଜ ତରଫରୁ ଗିଗିନା ଗ୍ରାମ ପଞ୍ଚାୟତର ସିନାଙ୍ଗ ଠାରେ ଆଜି ଡଃ.ବି.ଆର୍. ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ନର୍ଲା ଡମ ସମାଜର କାର୍ଯ୍ୟକାରୀ ସଭାପତି ଆବାହକ ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାବା ସାହେବଙ୍କ ପ୍ରତିଛବିରେ ଶ୍ରଦ୍ଧା ସୁମନ ଅର୍ପଣ କରି ଜୟନ୍ତୀ ପାଳନ ଆରମ୍ଭ ହୋଇଥିଲା ।

ନର୍ଲା ବ୍ଲକ ଡମ ସମାଜ ସଭାପତି ରଜନୀ କୁମାର ସଭାର ସଭାପତିତ୍ୱରେ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦାନ କରି ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜଣେ ରାଷ୍ଟ୍ରବାଦୀ ଜନନାୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶାରଦା ପ୍ରସନ୍ନ ସ୍ୱାଇଁ (ବାବୁଲି), ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ଲିଲି ଦୀପ, ପୂର୍ବତନ ସରପଞ୍ଚ ବରୁଣ ନାଏକ, ଆନନ୍ଦ ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ବକ୍ତା ଭାବରେ ପ୍ରଶାନ୍ତ ନାଏକ ଯୋଗଦାନ କରି ଆମ୍ବେଦକରଙ୍କ ରାଷ୍ଟ୍ର ଓ ସମାଜ ପ୍ରତି ଅବଦାନ ଅତୁଳନୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଡମ ସମାଜର ବରିଷ୍ଠ ସଦସ୍ୟ ଯୁବନେତା ଭୋପାଲ ନାଗ (ଭ୍ରମର) ଓ ଦୁର୍ଯ୍ୟୋଧନ କୁମାର ମଞ୍ଚ ପରିଚାଳନା କରିଥିଲେ ।

ଆବାହକ ତଥା ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନୋହର ନାଏକ, ଦିବାକର ନାଗ, ଋଷି ନାଗ, ଜଗନ୍ନାଥ କୁମାର, ପର୍ଶୁ କୁମାର, ଦିଲୀପ ହରପାଲ, କୀଚକ ହରପାଲ, ରସପତ ହରପାଲ, ଜନକ କୁମାର, ଭୁପିନ କୁମାର, ପର୍ଶୁ କୁମାର ନାଗ, କ୍ଷମା ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।‌‌ କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.