କପାଟ ଜଙ୍ଗଳରୁ ୧୫ ଗଣ୍ଡି କେନ୍ଧୁ କାଠ ଜବତ କଲା ବନ ବିଭାଗ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର  (ପ୍ରମୋଦ ସେଲମା): ଟିଟିଲାଗଡ଼ ରେଞ୍ଜ ବଡ଼ମାଳ ବନ ବିଭାଗ ଅଧୀନରେ ଥିବା କପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଧରବଗଡ଼ ପଞ୍ଚାୟତ କୁସମେଲ ଗାଁ ଖଲିଆବନ୍ଦ ନିକଟରୁ କେନ୍ଧୁ କାଠଗଣ୍ଡି ଜବତ ହୋଇଛି । ଦୁର୍ବୃତ୍ତମାନେ ୧୫ ଗଣ୍ଡି କେନ୍ଧୁ କାଠ ଜଙ୍ଗଲରୁ କାଟି ରାଜ୍ୟ ବାହାରକୁ ଚାଲାଣ ଯୋଜନା କରି ସେସବୁକୁ ଖଲିଆ ବନ୍ଦ ଠାରେ ମାଟିରେ ପୋତି ଥିବା ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏ ନେଇ ଟିଟିଲାଗଡ଼ ରେଞ୍ଜର ଲିଙ୍ଗରାଜ ଭୋଇଙ୍କ ନିର୍ଦେଶକ୍ରମେ ବଡ଼ମାଳ ଫରେଷ୍ଟର ପ୍ରିୟଙ୍କା ପୋଢ଼ଙ୍କ ତତ୍ତ୍ୱବଧାନରେ ନୃପ ହରପାଳ, ସୁମନ ମନହିରା, ନୀଳାଞ୍ଚଳ ମାଝୀ ଓ ଷ୍ଟାପ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି କେନ୍ଦୁ ଗଣ୍ଡି ଜବତ କରିଥିଲେ । ଉକ୍ତ କେନ୍ଧୁ ଗଣ୍ଡିକୁ ବଡ଼ମାଳ ଫରେଷ୍ଟ ଅଫିସକୁ ଅଣାଯାଇ କେଶ୍ ରୁଜୁ କରାଯାଇଛି ବୋଲି ଫରେଷ୍ଟର ଶ୍ରୀମତୀ ପୋଢ଼ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.