ନର୍ଲା ମେଡିକାଲ ଶ୍ରୀରାମ ମନ୍ଦିରରେ ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ପାଳିତ

ଛକ ଓ ମନ୍ଦିର ମାନଙ୍କରେ ପଣା ବଣ୍ଟନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତୀ ବା ପଣା ସଂକ୍ରାନ୍ତୀ । ଓଡିଆଙ୍କ ନବ ବର୍ଷ । ଆଜି ଠାରୁ ନୂଆ ପଞ୍ଜିକା ଆରମ୍ଭ ହୋଇଥାଏ । ଆଜନ୍ୱିଭିନ୍ନ ମନ୍ଦିର, ଶୈବ ପୀଠ ଗୁଡିକରେ ପୂଜା ପାଠ ଚାଲୁଥିବା ଦୃଶ୍ୟମାନ ହେଉଥିବା ବେଳେ ଶ୍ରୀରାମ ଭକ୍ତ ବୀର ହନୁମାନଙ୍କ ଜନ୍ମୋତ୍ସଵ ପାଳିତ ହୋଇଛି । ଏହି କ୍ରମରେ ନର୍ଲା ଡାକ୍ତରଖାନା ପରିସରରେ ରହିଥିବା ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଜନ୍ମୋତ୍ସଵ ପାଳିତ ହୋଇଯାଇଛି । ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ଅକ୍ଷୟ କୁମାର ଗୋଚ୍ଚାୟତଙ୍କ ନେତୃତ୍ୱରେ ଫାର୍ମାଶିଷ୍ଟ ଶାନ୍ତନୁ ପାଣିଗ୍ରାହୀ, ବିପିଏମ୍ ସବୀର ପଧାନ, କିଶୋର ପାତ୍ର ପ୍ରମୁଖ ପୂଜନ କାର୍ଯ୍ୟ ରେ ସହଯୋଗ କରିଥିଲେ । ମହାବୀର ହନୁମାନଙ୍କ ଜନ୍ମୋତ୍ସଵ ରେ ପୂଜାପାଠ ସାଙ୍ଗକୁ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମା ପଣ୍ଡୁିତ ନରେଶ ଚନ୍ଦ୍ର ପାଢୀ ଓ ଶିବାଶିଷ ପାଢୀ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ । ପୂଜା କର୍ତ୍ତା ଭାବରେ ଡ.ଗୋଚ୍ଛାୟତ ହୋମାଗ୍ନିରେ ଆହୂତି ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ପଣା ବଣ୍ଟନ କରାଯାଇଥିଲା । ସେହିଭଳି ପବିତ୍ର ପଣା ସଂକ୍ରାନ୍ତୀ ଅବସରରେ ସର୍ଗିଗୁଡା ପ୍ରହରୀ ମଣ୍ଡପ ଠାରେ ପ୍ରଭୁ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଠାରେ ପଣାଲାଗି ହେବାପରେ ଭକ୍ତବୃନ୍ଦଙ୍କୁ ପଣା ବଣ୍ଟନ କରାଯାଇଥିଲା । ନର୍ଲା ଚାରିଛକରେ ଶ୍ରୀ ବଜରଙ୍ଗବାଲି ଭକ୍ତ ହିମାଂଶୁ ପାତ୍ର, ସଚିନ ପଧାନ, ସୁମନ୍ତ ପୁଝାରୀ, ସୁବାସ ସାହୁ(ପାଣ୍ଡା), ଚିନ୍ମୟ ନାଏକ, ସଚିନ ପଧାନ, ଶମ୍ଭୁ ଜଡା ପ୍ରମୁଖ ନର୍ଲା ଜଗନ୍ନାଥ ମନ୍ଦିରରେ ପଣାଲାଗି ପରେ ଚାରିଛକ ସ୍ଥିତ ଦୋକାନ ବଜାର, ପଥଚାରୀ ଓ ଭକ୍ତବୃନ୍ଦଙ୍କୁ ପଣା ବଣ୍ଟନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.