ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ୧୨ ଗୋଟି ଗ୍ରାମ ପଞ୍ଚାୟତ ଗୁଡିକରେ ଖାଲି ପଡିଥିଲା ୧୪ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ । ଏନେଇ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିବା ଗାଡେବନ୍ଧ, ସର୍ଗିଗୁଡା, ରୁପ୍ରା, ଭାନପୁର, ବଡଧାରପୁର, ମାଣ୍ଡେଲ ପ୍ରଭୃତି ୧୨ ଗୋଟି ଗ୍ରାମ ପଞ୍ଚାୟତରେ ୱାର୍ଡ ସଭ୍ୟ ସଭ୍ୟା ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ହେଲେ ସେଥି ମଧ୍ୟରୁ ୧୦ ଗୋଟି ୱାର୍ଡରେ କେବଳ ଜଣେ ଲେଖାଏଁ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେହି ୱାର୍ଡ ଗୁଡିକରେ ଆଉ ଉପ ନିର୍ବାଚନ ହେବନାହିଁ । କେବଳ ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କ ନାମ ଘୋଷଣା କରାଯିବ । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ମୋଟ ୩୨୩ ଗୋଟି ୱାର୍ଡ ରହିଛି । ୩୦୯ ଗୋଟି ୱାର୍ଡରେ ଗତ ୨୦୨୨ ପଞ୍ଚାୟତରାଜ ନିର୍ବାଚନରେ ୩୦୯ ଗୋଟି ୱାର୍ଡ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚିତ ହୋଇସାରିଛନ୍ତି । ୧୧ ଗୋଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା । କେବଳ ଭାନପୁର ଗ୍ରାମ ପଞ୍ଚାୟତରେ ୩ ଗୋଟି ଏଭଳି ମୋଟ ୧୪ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା । ଚଳିତ ଅପ୍ରେଲ ମାସ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ୱାର୍ଡ ସଭ୍ୟ ପଦବୀ ନିମନ୍ତେ ନାମାଙ୍କନ ପତ୍ର ସବୁ ଦାଖଲ କରିଥିଲେ । ଉପ ନିର୍ବାଚନ ହେବାକୁ ଥିବା ଯେଉଁ ସବୁ ୱାର୍ଡ ଗୁଡିକରେ ଦୁଇରୁ ଉଦ୍ଧ୍ୱର୍ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ପକାଇଥିଲେ ସେଥି ମଧ୍ୟରୁ ୧୦ ଗୋଟି ୱାର୍ଡରେ ଆଉ ଉପ ନିର୍ବାଚନ ହେବ ନାହିଁ । କେବଳ ମାଣ୍ଡେଲ ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡ ରେ ରିଚେକର ଦୀପ (ଶଗଡ ଗାଡି ଚିହ୍ନ) ଓ ରୋହିତ ନାଗ (ନିକିତି ଚିହ୍ନ)ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ସେହିଭଳି ଗାଡେବନ୍ଧ ପଞ୍ଚାୟତର ୧୦ ନମ୍ବର ୱାର୍ଡରେ ସେବତୀ ରଣା ( ଶଗଡ ଗାଡି) ଓ ଲଳିତା ହରପାଲ (ନିକିତି)ଙ୍କ ମଧ୍ୟରେ, ସେହିଭଳି ରୁପ୍ରା ଗ୍ରାମ ପଞ୍ଚାୟତର ୭ ନମ୍ବର ୱାର୍ଡ ପାଇଁ ଗୋପାଳ ପୁଟେଲ (ଶଗଡ ଗାଡି) ଓ ବଳଦେବ ଭୋଇ (ନିକିତି), ଭାନପୁର ଗ୍ରାମ ପଞ୍ଚାୟତର ୧୨ ନମ୍ବର ୱାର୍ଡ ପାଇଁ ବିବତ୍ସ କୁମାର (ଶଗଡ ଗାଡି) ଓ ଭଗତ ନାଗ (ନିକିତି ଚିହ୍ନ)ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ଆସନ୍ତା ୨/୫ ରେ ସକାଳ ୭ ଘଣ୍ଟାରୁ ୧ ଟା ଯାଏଁ ନିର୍ବାଚନ ହେବାକୁ ଥିବା ବେଳେ ବ୍ଲକ ପରିସରରେ ୪/୫ ରେ ଭୋଟ ଗଣତି ହେବ ବୋଲି ନର୍ଲା ନିର୍ବାଚନ ଅଧିକାରୀ ବାସନ୍ତୀ ସେଠୀ ସୂଚନା ଦେଇଛନ୍ତି ।