ଶୈାଚାଳୟଠାରୁ ମେକ୍‌ଅପ୍ ବ୍ରସରେ ଅଧିକ ଜୀବାଣୁ : ଯାହା ଶରୀର ପାଇଁ କ୍ଷତିକାରକ

ଆମ ଜୀବନରେ ଏପରି ଅନେକ ଜିନିଷ ଅଛି, ଯାହା ଉପରେ ଆମେ ଅଧିକ ଧ୍ୟାନ ଦେଇ ନ ଥାଉ । ମଇଳା ଦେଖାଯାଉଥିବା ଜିନିଷଗୁଡିକୁ ଆମେ ସଫା କରିଥାଉ ସତ, କିନ୍ତୁ ସେହି ଜିନିଷଗୁଡିକର ନକରାତ୍ମକ ପ୍ରଭାବ ବିଷୟରେ ଆମେ ଜାଣିନାହୁଁ ଯାହା ଅପରିଷ୍କାର ଦେଖାଯାଏ ନାହିଁ । ଏହିପରି ଗୋଟିଏ ଜିନିଷ ହେଉଛି ମେକଅପ୍ ବ୍ରସ୍ । ଏହା ଆମ ଜୀବନ ପ୍ରତି କେତେ କ୍ଷତିକାରଣ ତାହା କ୍ୱଚିତ ଜାଣିଥିବେ । ଆପଣ କେବେ ଗମ୍ଭୀର ଭାବରେ ଭାବିଛନ୍ତି କି ଘରେ ରଖିଥିବା ମେକଅପ୍ ବ୍ରସଗୁଡ଼ିକୁ କେତେଥର ସଫା କରିବା ଉଚିତ୍‌? ଆମେ ସମସ୍ତେ ଜାଣୁ ଯେ ପ୍ରତ୍ୟେକ ବ୍ୟବହାର ପରେ ବ୍ରଶକୁ ଧୋଇବାକୁ ପଡିବ କିନ୍ତୁ ଏହା କ୍ୱଚିତ୍ କରିଥାନ୍ତି । ଅନେକ ମାସ ମାସ ପର୍ଯ୍ୟନ୍ତ ବ୍ରସ୍ ସଫା କରନ୍ତି ନାହିଁ । ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ, ମେକଅପ୍ ବ୍ରସ୍ ଯଦି ସଠିକ୍ ଭାବରେ ସଫା ନ ହୁଏ, ତେବେ ଟଏଲେଟ୍ ପରି ବ୍ୟାକ୍ଟେରିଆ ଜମା ହୋଇପାରେ । କସମେଟିକ୍ ଏକ୍ସପର୍ଟ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି । ଅଧ୍ୟୟନରେ ଦୁଇଟି ସେଟ୍ ଫାଉଣ୍ଡେସନ୍ ବ୍ରସ୍ ବ୍ୟବହାର କରାଯାଇଥିଲା । ଗୋଟିଏ ପରିଷ୍କାର ଥିବା ବେଳେ ଅନ୍ୟଟି ଅପରିଷ୍କାର ଥିଲା । ୨ ସପ୍ତାହର ପରୀକ୍ଷଣ ଅବଧି ପରେ ଉଭୟ ବ୍ରସ୍ ତୁଳନା କରାଯାଇଥିଲା । ନିୟମିତ ସଫା କରାଯାଉ ନ ଥିବା ବ୍ରସରେ ଟଏଲେଟ୍‌ର ଜୀବାଣୁଠାରୁ ଅଧିକ ଜୀବାଣୁ ରହିଥିଲା । ସଫା ବ୍ରସରେ କମ୍ ଜୀବାଣୁ ରହିଥିଲା । ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ, ୪୦ ପ୍ରତିଶତ ଲୋକ ୨ ସପ୍ତାହରେ ନିଜ ମେକ୍‌ଅପ୍ ବ୍ରସ୍ ସଫା କରୁଥିବା ବେଳେ ୨୦ ପ୍ରତିଶତ ଲୋକ ୩ ମାସ ପରେ ଏହାକୁ ସଫା କରନ୍ତି । କସମେଟିକ ଚିକିତ୍ସକଙ୍କ କହିବା କଥା, ଯଦି ବ୍ରସକୁ ବାରମ୍ବାର ସଫା କରାଯାଏ ନାହିଁ, ତେବେ ଏହି ଜୀବାଣୁ ଆମ ଶରୀରକୁ କ୍ଷତି ପହଞ୍ଚାଇ ପାରିବେ । ସୁନ୍ଦର ଦେଖାଯିବ ସତ କିନ୍ତୁ ଖୁବ୍ ଶୀଘ୍ର ଅସୁସ୍ଥ ହୋଇଯିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.