ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର, ଓଡ଼ିଶାରୁ ପାଇଲେ ୪୭୩ ଯୋଗ୍ୟ ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ ନୂୂଆଦିଲ୍ଲୀ/ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା।

Omkar Vasthu
Omkar Vasthu

ଗତ ନଅ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇ ଏହାକୁ ଦ୍ରୁତ, ସ୍ୱଚ୍ଛ ଓ ପାତରଅନ୍ତରବିହୀନ କରିଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । କର୍ମଚାରୀ ଚୟନ ବୋର୍ଡ ନବନିଯୁକ୍ତ ବାଛିବାରେ ୧୫ରୁ ୧୮ ମାସ ନେଉଥିବା ବେଳେ ବର୍ତ୍ତମାନ ଏହା ଛଅରୁ ଆଠ ମାସ ପର୍ଯ୍ୟନ୍ତ ଲାଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଆଗରୁ ନିଯୁକ୍ତି ପ୍ରକ୍ରିୟା ଜଟିଳ ଥିଲା । ଆବେଦନପତ୍ର ଡାକ ଦ୍ୱାରା ଦାଖଲ କରାଯାଉଥିବା ବେଳେ ବର୍ତ୍ତମାନ ତାହା ଅନଲାଇନରେ ଆବେଦନ କରିବାକୁ ପଡୁଛି ଓ ନଥିପତ୍ର ସତ୍ୟତାର ଅନୁମୋଦନ ନିଜେ କରିବାକୁ ବ୍ୟବସ୍ଥା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରୁପ ସି ଓ ଡି ପଦବୀ ନିମନ୍ତେ ସାକ୍ଷାତକାର ମଧ୍ୟ ଉଠାଇ ଦିଆ ହୋଇଛି । ଏହାର ସବୁଠାରୁ ବଡ଼ ଲାଭ ହେଉଛି ସମଗ୍ର ପ୍ରକ୍ରିୟାକୁ ପ୍ରୀୟାପ୍ରୀତି ତୋଷଣକୁ ଲୋପ କରାଯାଇଛି ବୋଲି ମୋଦୀ କହିଥିଲେ ।  ଏହି ରାଷ୍ଟ୍ରୀୟ ନିଯୁକ୍ତି ମେଳା ଯୁବକମାନଙ୍କ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଅଟେ ବୋଲି  ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Udyog Nursery
Udyogi Nursery

ଅମୃତ କାଳରେ ଏହି ଯୁବବର୍ଗଙ୍କ ନେତୃତ୍ୱରେ ଦେଶ ଓ ରାଜ୍ୟ ଆଗକୁ ଯିବ । ନିରନ୍ତର ଭାବରେ ଭାରତ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ରି ସ୍କିଲିଂ- ଅପ ସ୍କିଲିଂ ବ୍ୟବସ୍ଥାରେ ଯୋଡି ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଯୁବବର୍ଗମାନେ  ନିଜର ସ୍ୱପ୍ନ ସହ ସମାଜ ଓ ଜାତିର ଆକାଂକ୍ଷାକୁ ପୂରଣ କରନ୍ତୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.